Site icon Awaj Media

ରାଜରାସ୍ତାରେ ବସି ରହିଛନ୍ତି ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରାଜରାସ୍ତାରେ ବସି ରହିଛନ୍ତି ବିଦ୍ୟୁତ ମଜଦୁର ସଂଘର ସଦସ୍ୟ ! ଜରୁରୀକାଳୀନ ସେବା କ୍ଷେତ୍ରରେ କାର୍ଯ୍ୟ କରି ସୁଦ୍ଧା ଦୀର୍ଘ ଦିନ ଧରି ସରକାରୀ ଏବଂ ବିଭାଗୀୟ ଅବହେଳାର ଶୀକାର ହୋଇ ଶେଷକୁ ଆଦରି ନେଇଛନ୍ତି ଆନ୍ଦୋଳନାତ୍ମକ ପନ୍ଥା ! ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘ ତରଫରୁ ଲୋୟର ପିଏମଜି ଗାନ୍ଧୀ ମାର୍ଗରେ ଜାରି ରହିଛି ଗଣଧାରଣା ! ସର୍ବନିମ୍ନ ନିୟମିତ ଦରମା , ସ୍ଥାୟୀ ନିଯୁକ୍ତି ଏବଂ ଆପଦକାଳୀନ ସହାୟତା ରାଶି ପ୍ରଦାନ କୁ ମୁଖ୍ୟ ଦାବୀ କରି ସଂଘ ତରଫରୁ ଚାଲିଛି ବିକ୍ଷୋଭ ! ରାଜ୍ୟ ଶକ୍ତି ବିଭାଗରେ କୌଣସି ଠିକା କର୍ମଚାରୀ ନାହାନ୍ତି ବୋଲି ଖୋଦ ଶକ୍ତି ମନ୍ତ୍ରୀ ବୟାନ ଦେବା ପରେ ସଂଘ ତରଫରୁ ଏହାକୁ ଦୃଢ ପ୍ରତିବାଦ କରାଯିବା ସହିତ ଖୁବ ଶୀଘ୍ର ଦାବୀ ପୂରଣ ନହେଲେ ଆଗାମୀ ଦିନରେ ସଂପୂର୍ଣ୍ଣ ରାଜ୍ୟ ଅନ୍ଧକାରରେ ରହିବ ବୋଲି ଦେଇଛନ୍ତି ଚେତାବନୀ !

Exit mobile version