Site icon Awaj Media

ଜିଲିଣ୍ଡା ଯୋଡୁମୁ ରେ ନୂତନ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ !!!

Spread the love

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ନରସିଂହପୁର ବ୍ଲକ ଜିଲିଣ୍ଡା ଯୋଡୁମୁ ଧନୁର୍ଜୟପୁର ଠାରେ ଜଗନ୍ନାଥ ମନ୍ଦିର ଏବଂ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡ଼ଃ ପ୍ରସନ୍ନ ପାଟଶାଣୀ ଯୋଗ ଦେଇଥିବା ବେଳେ ବଡମ୍ବା ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ । ନାମ ସଂକୀର୍ତନ ରେ ଅଂଚଳ ଫାଟି ପଡୁଥିଲା । ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଜଗନ୍ନାଥ ସଂସ୍କୃତି ଉପରେ ଉଦବୋଧନ ଦେଇଥିଲେ । ଶେଷରେ ବାହାରୁ ଆସିଥିବା ଭଜନ ସନ୍ଧ୍ୟା ଗ୍ରୁପ ଦ୍ୱାରା ଭଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Exit mobile version