Site icon Awaj Media

ଜନ୍ମ ଦିନରେ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ର ନିର୍ଦେଶିକା ଡ ଅରୁନ୍ଧତୀ ଦେବୀ ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ଡ ଅରୁନ୍ଧତୀ ଦେବୀ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଇଁ ସୁବୋଧ କୁମାର ରାଉତରାୟ, ଲଗ୍ନମୟୀ ମିଶ୍ର, ମମତା ଗୁରୂମା, ରତ୍ନାକର ମହାନ୍ତି, ଆସିକ୍ ଅଲ୍ଲୀ ପ୍ରମୁଖ ଯୋଗଦେଇ ରକ୍ତଦାନ ମହତ୍ ଦାନ ସମ୍ପର୍କରେ ରକ୍ତଦାତାଙ୍କୁ ଅବଗତ କରିଥିଲେ। ବିଭୂତି ଭୂଷଣ ସାହୁ, ଚନ୍ଦ୍ରକାନ୍ତ ଭୋଇ ଏବଂ ହର ପ୍ରସାଦ ମହାପାତ୍ର ଶିବିର ପରିଚାଳନା କରିଥିଲେ। ଶିବିରରୁ ୧୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

Exit mobile version