ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେପି, ବିଜେଡି ବାହାଘର କଲା ଚିଲିକା କଂଗ୍ରେସ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେପି, ବିଜେଡି ବାହାଘର କଲା ଚିଲିକା କଂଗ୍ରେସ I ଗମ୍ଭାରୀମୁଣ୍ଡା ରେଭିନିୟୁ କାର୍ଯ୍ୟାଳୟ ଠାରୁ ପ୍ରସେସନ ବାହାରି ଅଶୋକା ପଡିଆ ଠାରେ ବିଜେପି ଓ ବିଜେଡି ର ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଜେପି ବିଜେଡି ର ବାହାଘର କରାଇଛି କଂଗ୍ରେସ I ଉଭୟ ଦଳର ଦଳୀୟ ଚି଼ହ୍ନ ମୁଖରେ ଲଗାଇ ଵର କନ୍ୟା ବେଶରେ ଫୁଲ ମାଳ ପିନ୍ଧାଇଥିଲେ ! ଗମ୍ଭାରୀମୁଣ୍ଡା ବଜାରକୁ ଆସିଥିବା ଗ୍ରାହକ ମାନେ ଏଭଳି ବାହାଘର ଦେଖିବା ପାଇଁ ବେଶ ଭିଡ଼ ଜମାଇଥିଲେ I ପୁରୋହିତ ମନ୍ତ୍ର ପାଠ କରିବା ସହିତ ଉପସ୍ଥିତ ବରଯାତ୍ରୀ ଏକ ହଜାର ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ହୁଳହୁଳି ପକାଇବା ସହିତ ଧୁମ ଧଡକ ବାଜIରେ କର୍ମୀ ମାନେ ନାଚି ଉଠିଥିଲେ I ଜିଲ୍ଲା କଂଗ୍ରେସ ଉପ ସଭାପତି କହିଥିଲେ ଅଶ୍ୱିନୀ ବୈଷ୍ଣବ ଙ୍କୁ ବିଜେଡି ସମର୍ଥନ ଦେଇଥିବାରୁ ବିଜେପି ଓ ବିଜେଡି ମଧ୍ୟରେ ରାତି ଅଧିଆ ସମ୍ପର୍କ ରହିଛି I ଏହି ପରିପେକ୍ଷୀ ରେ ଆଜି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ଉପ ସଭାପତି ପ୍ରଦୀପ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ, ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଉଗ୍ରସେନ ବିଶ୍ୱାଳ , ଛାତ୍ର କଂଗ୍ରେସ ସଭାପତି ଧର୍ମେନ୍ଦ୍ର ସାହୁ, ଯୁବ କଂଗ୍ରେସ ସଭାପତି ଗୋପୀନାଥ ରଣା, ଏନ ଏସି ସଭାପତି ବିଜୟ ରଥ, ବାଣପୁର ବ୍ଲକ ସଭାପତି ଅକ୍ଷୟ ମହାପାତ୍ର, ଚିଲିକା ବ୍ଲକ ସଭାପତି ହୁଲାଷ ସାହୁ, କଳ କଳେଶ୍ୱର ପଞ୍ଚାୟତ ର ସଭାପତି ସରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *