Site icon Awaj Media

ପ୍ରାକ୍ତନ ମନ୍ତ୍ରୀ ମାନ୍ୟବର କାଳିନ୍ଦୀ ବେହେରାଙ୍କ ନବମ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଣ୍ଟକାର ପଞ୍ଚାୟତ ବନ୍ତୁଣୀୟା ଗ୍ରାମ ସ୍ଥିତ ବେଲେଶ୍ୱର ମୁକ ଓ ବଧିର ଉଚ୍ଚ ବିଦ୍ୟାଳୟରେ ସମିତି ସଭ୍ୟ ସମାଜସେବୀ ବିନୋଦ ବେହେରାଙ୍କ ନେତୃତ୍ୱରେ ଜନପୂଜ୍ୟ, ଜନ ନାୟକ , ଓଡ଼ିଶାର ପ୍ରାକ୍ତନ ମନ୍ତ୍ରୀ କଟକ ସଦର ଓ ସାଲେପୁର ନିର୍ବାଚନ ମଣ୍ଡଳୀର ସର୍ବାଧିକ ଜନାଦୃତ ଲୋକପ୍ରିୟ ମାନ୍ୟବର କାଳିନ୍ଦୀ ବେହେରାଙ୍କ ଅବର୍ତମାନରେ ୯ ମ ଶ୍ରାଦ୍ଧ ବାର୍ଷିକୀରେ ୪୨ମୌଜା ପଟଣା ସ୍ଥିତ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଅନୁଷ୍ଠାନର ଉପଦେଷ୍ଟା ତଥା ଶାନ୍ତି କମିଟିର ସଭାପତି ଶରତ ଚନ୍ଦ୍ର ରାୟ, ଇଞ୍ଜିନିୟର ଶ୍ରୀକାନ୍ତ ବେଉରା, ଅଧ୍ୟାପକ ସ୍ଵାଧୀନ ଶେଖର ଷଡ଼ଙ୍ଗୀ, ବିଶିଷ୍ଟ ସମାଜସେବୀ ବୀରବର ଲେଙ୍କା, ସାଧାରଣ ସମ୍ପାଦକ ତଥା ବରିଷ୍ଠ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Exit mobile version