ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ ମୁଳି ଗୁମ୍ମା ବନ ସୁରକ୍ଷା ସମିତି ଠାରେ ଜଙ୍ଗଲକୁ ନିଆଁ ଦାଉ ରୁ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଶ୍ରୀ ଅମିତ ଶୁଭ୍ରଜିତ, ବନପାଳ ଦୁର୍ଯ୍ୟୋଧନ ଜେନା , ବନରକ୍ଷୀ କେ ଗିରିଶ କୁମାର , ଲିପିକା ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମୀ ଏବଂ ବନ ସୁରକ୍ଷା କମିଟିର ସମସ୍ତ ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ ନିଆଁ ନିରାକରଣ ସଚେତନତା ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ – ରହିଲେ ବନ ବଞ୍ଚିବେ ଜନ, ଜଙ୍ଗଲ ସୁରକ୍ଷା ଆମର ଦୀକ୍ଷା, ବନ ପଶୁ ପକ୍ଷୀ ସୁରକ୍ଷା ପାଇଁ ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ, ଜଙ୍ଗଲ ରେ ନିଆଁ ଲାଗିଲେ ଭାଇ ମିଳି ମିଶି ଆମେ ଦେବା ଲିଭାଇ ଏହି ଭଳି ସ୍ଲୋଗାନ ଦେଇ ସଚେତନତା କରାଇଥିଲେ ।
ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ ଜଙ୍ଗଲକୁ ନିଆଁ ଦାଉରୁ ସୁରକ୍ଷା କରିବା ପାଇଁ ସଚେତନତା ଶିଵିର !!!

