Site icon Awaj Media

ଯାଜପୁର ଜିଲ୍ଲା କୋରାଇ ବ୍ଲକ ଖମଣ ପଞ୍ଚାୟତର ରାଧାନଗର ପାଟଣା ଗାଁରେ ଡାଇରିଆ ଆତଙ୍କ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା କୋରାଇ ବ୍ଲକ ଖମଣ ପଞ୍ଚାୟତର ରାଧାନଗର ପାଟଣା ଗାଁରେ ଡାଇରିଆ ଆତଙ୍କ । 50ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି । କେତେକଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ଏଵଂ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେପଟେ ସ୍ଵାସ୍ଥ୍ୟ ଟିମ୍ ଦ୍ଵାରା ଘଟଣାର ଅନୁସନ୍ଧାନ ଜାରି । ଡାଇରିଆର ପ୍ରକୃତ କାରଣ ଖୋଜୁଛି ସ୍ବାସ୍ଥ୍ୟ ବିଭାଗ । ସାରା ପଞ୍ଚାୟତରେ ଖେଳି ଯାଇଛି ଡାଇରିଆ ଆତଙ୍କ । ଯାଜପୁର ଜିଲ୍ଲା ଖମଣ ପଞ୍ଚାୟତର ରାଧାନଗର ପାଟଣା, ଠାକୁର ପାଟଣା, ଗୋଡ଼ିପାଟଣା ପ୍ରଭୃତି ଏକାଧିକ ଗାଁରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା 50ରୁ ଉର୍ଦ୍ଧ୍ବ ଶିଶୁ, ମହିଳା ଓ ପୁରୁଷ ଡାଇରିଆରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । କେତେକଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । କେଉଁ କାରଣରୁ ଏତେ ସଂଖ୍ୟାରେ ଲୋକ ଡାଇରିଆରେ ଆକ୍ରାନ୍ତ ହେଲେ ତାହା ହୋଇଛି ଏଠାରେ ବଡ଼ ପ୍ରଶ୍ନ। କିଛି ଲୋକ ଦହିବରା ବିକାଳି ପାଖରୁ ଦହିବରା ଖାଇ ଝାଡ଼ାବାନ୍ତିରେ ପଡିଥିବା କହୁଥିବା ବେଳେ ଗ୍ରାମବାସୀ ମୁଖ୍ୟତଃ ଏଠାକାର ଅସ୍ୱାସ୍ଥ୍ୟକର ପରିବେଶକୁ କାରଣ ଦର୍ଶାଇଛନ୍ତି। ଗାଁ ସାରା ନାଳ ନର୍ଦ୍ଦମା ଗୁଡ଼ିକ ପୁରିକି ରହିଛି । ଜଳ ନିଷ୍କାସନର କିଛି ସୁବନ୍ଦୋବସ୍ତ କରାଯାଇନି । ସେପଟେ କେତେକ ସ୍ଥାନରେ ଡ୍ରେନ କଡ ଦେଇ ଯାଇଥିବା ପାଇପ ଲାଇନ ଗୁଡ଼ିକ ଭାଙ୍ଗିଯାଇ ତାହା ମଧ୍ୟରେ ନର୍ଦ୍ଦମାର ଦୂଷିତ ଜଳ ପ୍ରବେଶ କରି ଲୋକଙ୍କୁ ଡାଇରିଆ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେଣେ ସ୍ଵାସ୍ଥ୍ୟ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ଏହାର ପ୍ରକୃତ କାରଣ ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛି । ଖମଣ ପଞ୍ଚାୟତରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତୁରନ୍ତ ଏହାର ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

 

Exit mobile version