Site icon Awaj Media

ଗଜପତି ବୀରକିଶୋର ଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳନା ତିଆରି କର୍ମଶାଳା !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ଗୁଡ଼ୁମ ଗ୍ରାମର ଗଜପତି ବିରକେଶୋର ଦେବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଆମ ସଂସ୍କୃତି ଆମ ଖେଳନା ତିଆରି କର୍ମଶାଳା ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି I କ୍ଲଷ୍ଟ୍ରରର ସିଆରସିସି ସରୋଜ କୁମାର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ବେଗୁନିଆ ବ୍ଲକର ପ୍ରାକ୍ତନ ଅତିରିକ୍ତ ଶିକ୍ଷା ଅଧିକାରୀ ରାମପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ପତିତପାବନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ଏବଂ ଗଜପତି ବୀରକିଶୋର ଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କମଳା କୁମାରୀ ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ I ସରକାରଙ୍କର ସମାଜ କଲ୍ୟାଣ ପାଇଁ ଅନେକ ଗୁଡିଏ ଯୋଜନା ମଧ୍ୟରୁ ଏହା ଅନ୍ୟତମ ଅଟେ I ଏହା ଶିଶୁମାନଙ୍କର ବୌଦ୍ଧିକ ଏବଂ ମାନସିକ ଶିକ୍ଷାକ୍ଷେତ୍ରରେ ବେଶ ଉପଯୋଗୀ ହେବବୋଲି ରାମପ୍ରସାଦ ସାହୁ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କୁ ବୁଝାଇଥିଲେ I ଆଗମୀ ଦିନରେ ଶିଶୁ ମାନେ ଶିକ୍ଷା କ୍ଷେତ୍ରରେ କିଭଳି ଭାବରେ, ନିଜେ ନିଜେ ବ୍ୟବହାର କରୁଥିବା ଦୈନନ୍ଦିନ ଜିନିଷ ପାତ୍ରରେ ଆକର୍ଷଣୀୟ ଉପକରଣ ତିଆରି କରିପାରିବେ ଏବଂ ତାହାକୁ ନିଜ ନିଜ ଶିକ୍ଷା ଗ୍ରହଣରେ ବ୍ୟବହାର କରିପାରିବେ ସେ ବିଷୟରେ ଉକ୍ତ କର୍ମଶାଳାରେ ଆଲୋଚନା କରାଯାଇଥିଲା I ଦୁଇଜଣ ପ୍ରଶିକ୍ଷକ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କୁ କାଗଜ ତିଆରି କଣ୍ଢେଇ, ମୁଖା , ଘୋଡା, ହାତୀ ସହିତ କାଗଜରେ ଭଳି ଭଳିକା ରଙ୍ଗ ବେରଙ୍ଗର ଚିତ୍ର ଶିକ୍ଷା ପ୍ରଦାନ କରିଥିଲେ I ଯାହାକି ବେଶ ଆକର୍ଷଣୀୟ ହୋଇଥିଲା I

Exit mobile version