Site icon Awaj Media

ସଂଗୀତା ଶତପଥୀ ମେମୋରିଆଲ ଟ୍ରଷ୍ଟ ର ଦ୍ବିତୀୟ ବାର୍ଷିକ ଉତ୍ସବ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ମାନବ ସେବା ହିଁ ମାଧବ ସେବା।  ସମାଜସେବାର କିଛି ଏଭଳି ଚିନ୍ତାଧାରା ନେଇ ଦୀର୍ଘ ବର୍ଷ ହେବ ନିରନ୍ତର ଦୁଃଖୀ ରଙ୍କି ଙ୍କ ସେବାରେ ନିଜକୁ ନିୟୋଜିତ କରିଛି ସଂଗୀତା ଶତପଥୀ ମେମୋରିଆଲ ଟ୍ରଷ୍ଟ। ବର୍ତ୍ତମାନ ଛତୁ ଫୁଟିବା ଭଳି ସଂଗଠନ ବାହାରି ସେବା ନାମରେ ବ୍ୟବସାୟ କରୁଛନ୍ତି। ଯାହା ଅତ୍ୟନ୍ତ ନିନ୍ଦନୀୟ। ମାତ୍ର ସେବା ଲକ୍ଷ୍ୟ ରଖି ଦୀର୍ଘଦିନ ଧରି ଅସହାୟ ଲୋକଙ୍କୁ ନିରନ୍ତର ସେବା ପ୍ରଦାନ କରି ଆସୁଛି ଏହି ଟ୍ରଷ୍ଟ । ରକ୍ତଦାନ ଶିବିର ହେଉ ବା ଖାଦ୍ୟ ବଣ୍ଟନ, ଶିକ୍ଷା ହେଉ ବା ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା , ସବୁ କ୍ଷେତ୍ରରେ ବିପଦ ବେଳେ ଦରଦୀ ବନ୍ଧୁ ସାଜେ ଏହି ଟ୍ରଷ୍ଟ । ସମାଜସେବା ନାମରେ ବ୍ୟବସାୟ କରୁଥିବା ଏଭଳି ବ୍ୟକ୍ତି ମାନବସମାଜ ପାଇଁ ବିପଦ ବୋଲି ଅନୁଷ୍ଠାନ 2ୟ ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ତଥା ଲୋକପ୍ରିୟ ସମାଜସେବୀ  ଡ଼ ବ୍ୟମୋକେଶ କାନୁନଗୋ ମତ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସମାଜସେବାକୁ କିଛି ଆତ୍ମଘୋଷିତ ସମାଜସେବୀ ବର୍ତ୍ତମାନ ବ୍ୟବସାୟର ରୂପ ଦେଇଛନ୍ତି । ଓଡ଼ିଶାରେ ଛତୁ ଫୁଟିବା ଭଳି ସମାଜସେବୀ ବର୍ତ୍ତମାନ ଦେଖିବାକୁ ମିଳୁଛନ୍ତି, ଯାହାଙ୍କ ଲକ୍ଷ୍ୟ ସେବା ନୁହେଁ ବରଂ ସେବା ନାମରେ ଚାନ୍ଦା ଆଦାୟ। ଏଭଳି ବ୍ୟବସାୟୀ ଫୋନ ପେ ତଥା ଗୁଗୁଲ ପେ ଭଳି ଆପ ମାଧ୍ୟମରେ ଚାନ୍ଦା ଗୋଟାଇ ନିଜକୁ ସମାଜସେବୀର ଆଖ୍ୟା ଦେଉଛନ୍ତି। ଯାହାକି ଏକ ହୀନ ବୃତ୍ତି।

Exit mobile version