Site icon Awaj Media

କଦମ୍ବପାଟଣା ଗ୍ରାମରେ ମା କାଳିକା ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କୁମାର କର : କଳାପଥର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଦମ୍ବପାଟଣା ଗ୍ରାମର ଆରାଧ୍ୟା ଠାକୁରାଣୀ ମା କଳିକା ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୈଦେଶ୍ୱର ରାମନାଥ ଠାରୁ କଦମ୍ୱପାଟଣା ଗ୍ରାମର ଏକ ଶହ ରୁ ଉର୍ଦ୍ଧ ଭକ୍ତ କଳସ ଶୋଭାଯାତ୍ରାରେ ଆସି କଳସ ସ୍ଥାପନ କରିଥିଲେ । ଗତ ରବବାର ୨୫ ତାରିଖ ଦିନ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଥିବା ବେଳେ ୨୬ ତାରିଖରେ କଳସ ସ୍ଥାପନ ଉତ୍ସବ ଅନୁଷ୍ଠିତ ହେଇଥିଲା । ଆଜି ମା କାଳିକା ଦେବୀଙ୍କ ପୂର୍ଣ୍ଣାହୁତି ଉତ୍ସବ ଅନୁଷ୍ଠିତ ହୋଇଅଛି । ମାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ରାମ ନାଟକ ହୋଇଅଛି । ଗତକାଲି କଦମ୍ବପାଟଣା ଗ୍ରାମର କୁନି କୁନି କଳାକାର ମାନଙ୍କୁ ନେଇ ରାମନାଟକ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଇନ୍ଦ୍ରଜିତ ବଧ ଅନୁଷ୍ଠିତ ହେବ। ପୂର୍ଣ୍ଣାହୁତି ଉତ୍ସବ ଅବସରରେ ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗଦେଇଥିବା ସମୟରେ ବାରଙ୍ଗ ବ୍ଲକ ଜିଲ୍ଲା ପରିଷଦ ତୁଷାରକାନ୍ତ ଚକ୍ରବର୍ତ୍ତୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Exit mobile version