Site icon Awaj Media

ଶ୍ରମିକ ସଂଗଠନ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ପାରାଦ୍ଵୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ସ୍ଥାନୀୟ ଜିରୋ ପଏଣ୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି | ସଂଘ ର ସଭାପତି ସନ୍ତୋଷ ପଟ୍ଟନାୟକ ଙ୍କ ନେତୃତ୍ବରେ ଅନେକ ଶ୍ରମିକ ଏକତ୍ରୀତ ହୋଇ ନିଜ ନିଜ ସୁବିଧା ଅସୁବିଧା ଉପରେ ଆଲୋଚନା କରିଥିଲେ | ସଂଘ ବିଗତ ଦିନରେ ଅନେକ ଶ୍ରମିକ ଙ୍କ ନିଯୁକ୍ତି ତଥା ସ୍ଥାନୀୟ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ବେଳେ ଆଗାମୀ ଦିନରେ ଆହୁରି ଉନ୍ନତ କାର୍ଯ୍ୟ କରିବ ବୋଲି ସଭାପତି ପ୍ରକାଶ କରିଥିଲେ | ପାରାଦୀପ ବନ୍ଦର କୁ ସ୍ଵର୍ଗତ ବିଜୁ ବାବୁ ଗଢିଥିବା ବେଳେ ଏଠି ନବୀନ ଙ୍କ ଶାସନ କାଳରେ ଅନେକ ଶିଳ୍ପ ରେ ସ୍ଥାନୀୟ ଲୋକେ ନିଯୁକ୍ତି ପାଇ ସେମାନଙ୍କ ଗୁଜୁରାଣ ମେଣ୍ଟାଇବାକୁ ସମର୍ଥ ହୋଇ ପାରିଛନ୍ତି | ଆଗାମୀ ଦିନରେ ଷଷ୍ଠ ଥର ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ତାଙ୍କୁ ଶ୍ରମିକ ମାନେ ସମର୍ଥନ କରିବାକୁ ସଭାପତି ଆହ୍ଵାନ ଦେଇଛନ୍ତି |

Exit mobile version