Site icon Awaj Media

ବାଙ୍କୀ ବିଜେପି କୃଷକ ମୋର୍ଚ୍ଚାର ଗ୍ରାମ ପରିକ୍ରମା !!!

Spread the love

ବାଙ୍କୀ ( ଆୱାଜ ମିଡିଆ ) – ଅନନ୍ତ ରଣା : ବାଙ୍କୀ ଡମପଡା ମଣ୍ଡଳରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କୃଷକ ମୋର୍ଚ୍ଚାର ରାଜ୍ୟ ସଂଯୋଜକ ପୂର୍ବତନ ବିଧାୟକ ପ୍ରାର୍ଥୀ ଅଜୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଗ୍ରାମ ପରିକ୍ରମା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ତାଳବସ୍ତ, ଡମପଡା, ଦୁଲଣାପୁର, ପାଥପୁର ଆଦି ଗ୍ରାମ ପଞ୍ଚାୟତର ଘରକୁ ଘର ବୁଲି ପ୍ରଧାମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ବିଷୟରେ ଅବଗତ କରିବା ସହିତ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଓ ଗାଁରେ ବିଜେପି ଜିତିବ ସେହି କଥାକୁ ଗାଁ ଲୋକଙ୍କ ପାଖରେ ସିଧାସଳଖ କାର୍ଯ୍ୟକର୍ତ୍ତାମାନେ ପହଞ୍ଚିଥିଲେ। କୌଳିକ ବୃତ୍ତିକୁ ବଂଞ୍ଚାଇବା ପାଇଁ ପ୍ରଧାମନ୍ତ୍ରୀଙ୍କର ବିଶ୍ଵକର୍ମା ଯୋଜନାରେ ବିଭିନ୍ନ ବର୍ଗର କାରିଗର ମାନଙ୍କୁ ଯଥା ବଣିଆ,ବଢେଇ,ବାରିକ, କମାର,କୁମ୍ଭାର, ଟେଲର, ବୁଣାକାର ଆଦି ବର୍ଗର କାରିଗର ଅଭିବୃଦ୍ଧି ନିମନ୍ତେ ସହାୟତା ଯୋଗାଦେବା ସ୍ୱାଗତଯୋଗ୍ୟ ପଦକ୍ଷେପ। ଉକ୍ତ ଗ୍ରାମ ପରିକ୍ରମା କାର୍ଯ୍ୟକ୍ରମରେ ପୂର୍ବତନ ମଣ୍ଡଳ ସଭାପତି ସୁରେଶ କୁମାର ଦାସ, କବିରାଜ ଦାସ, ପ୍ରଭାତ ରଣା, ପ୍ରିୟବ୍ରତ ବେହେରା, ଚନ୍ଦନ କୁମାର ନାୟକ ମଦନ ମୋହନ ରାଉତ,ସଚ୍ଚିଦାନନ୍ଦ ସାହୁ, ସନ୍ତୋଷ କୁମାର ସାହୁ, ବିଜେପି କୃଷକ ମୋର୍ଚ୍ଚା କଟକ ଜିଲ୍ଲା ସଂଯୋଜକ ସିଦ୍ଧେଶ୍ୱର ପାଇକରାୟ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ !

Exit mobile version