Site icon Awaj Media

ସେଞ୍ଚୁରିୟାନ ବିଶ୍ୱବିଦ୍ୟାଳୟର ଗଜଜ୍ୟୋତି ବାର୍ଷିକ ଉତ୍ସବ ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ସେଞ୍ଚୁରିୟାନ ୟୁନିଭରସିଟି ରେ ଗତ ଚାରିଦିନ ଧରି ଚାଲିଥିବା ଗଜଜ୍ୟୋତି ଉତ୍ସବ ମହା ଆଡମ୍ବର ଓ ରଙ୍ଗାରଙ୍ଗ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉଦଯାପିତ ହୋଇ ଯାଇଛି । କାର୍ଯ୍ୟକ୍ରମ ଗୁଡିକ ମଧ୍ୟରେ ବିଦ୍ୟାଳୟର ବିଭିନ୍ନ ବିଭାଗ ପକ୍ଷରୁ ପ୍ରଜ୍ଞାପନ ମେଢ ସବୁ ଚିତାକର୍ଷକ ଭାବେ ପଦର୍ଶିତ ହୋଇ ଥିଲା।ଦ୍ୱିତୀୟ ଦିନରେ ଓଡିଶୀ ସହ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା। ତୃତୀୟ ଦିନରେ କୀଚକ ରାମାୟଣ ଏବଂ ଲାଇଟ ଏଣ୍ଡ ସାଉଣ୍ଡ ସୋ କରାଯାଇଥିଲା। ବିଭିନ୍ନ ବିଭାଗର ଅଧ୍ୟାପକ ଏବଂ ଅଧ୍ୟାପିକାଗଣ ମଧ୍ୟ ନିଜର କଳା କୌଶଳ ପରିବେଶଣ କରିଥିଲେ।ଗଜଜ୍ୟୋତିର ଶେଷ ରଜନୀ ଅତ୍ୟନ୍ତ ଆକର୍ଷଣୀୟ ଥିଲା।ସୁଦୂର ମୁମ୍ବାଇରୁ ଆସିଥିବା ବଲିଉଡ ଗାୟିକା ମଧୁର ଶର୍ମାଙ୍କ ସୁମଧୁର କଣ୍ଠର ଗୀତର ତାଳେ ତାଳେ ଛାତ୍ରଛାତ୍ରୀମାନେ ଝୁମିଥିଲେ ଏବଂ ତାଙ୍କ ସହିତ ଅନ୍ୟ ଜଣେ କଣ୍ଠ ଶିଳ୍ପୀ ଚନ୍ଦନ ଜୟସ୍ୱାଲ ମଧ୍ୟ ସଙ୍ଗୀତ ପରିବେଶଣ କରିଥିଲେ।ତାପରେ DJ RIX ନିଜ ପରିବେଷଣରେ ଦର୍ଶକଙ୍କୁ ମତୁଆଲା କରି ଦେଇଥିଲେ ! ଗଜଜ୍ୟୋତିର ସମସ୍ତ କାର୍ଯ୍ୟକ୍ରମରେ ବିଶ୍ୱ ବିଦ୍ୟାଳୟର ଉପ ସଭାପତି ପ୍ରଫେସର ଡି.ଏନ୍.ରାଓ, ରେଜିଷ୍ଟାର ଡକ୍ଟର ଅନିତା ପାତ୍ର, ଅନୁଷ୍ଠାନର ପ୍ରଶାସକ ଡକ୍ଟର ଦୁର୍ଗା ପ୍ରସାଦ ପାଢ଼ୀ ଏବଂ ବିଶ୍ୱ ବିଦ୍ୟାଳୟର ବିଭିନ୍ନ ଡିନ୍ ଏବଂ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମଟି ଡକ୍ଟର ଅତନୁ ଦେବ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଥିଲା ।

Exit mobile version