ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜୋର ଧରିଲା ବାଣପୁର ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି , ଦାବୀ ଉପସ୍ଥାପନ ପାଇଁ ସଚିବାଳୟ ପର୍ଯ୍ୟନ୍ତ ପଦଯାତ୍ରା ! ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳକୁ ରାଜସ୍ୱ ଉପଖଣ୍ଡ ଦାବି ବହୁ ବର୍ଷ ହେଲା ଆନ୍ଦୋଳନ ହେଉଥିବା ବେଳେ ସରକାର କର୍ଣ୍ଣପାତ ନ କରିବା ଯୋଗୁଁ ସୋମବାର ଠାରୁ ଜୋର ଧରିଛି ଆନ୍ଦୋଳନ l ଦୀର୍ଘ ଦିନ ଧରି ଚାଲିଥିବା ଏହି ଦାବିକୁ ଆଗକୁ ବଢେଇବା ପାଇଁ ଯୁବ ସମାଜସେବୀ ଶେଷଦେବ ବରାଳ ଙ୍କ ସମେତ ବହୁ ଯୁବକ ଓ ସମାଜ ସେବୀ ପ୍ରସ୍ତୁତ ହୋଇଛନ୍ତି। ଅଭିନବ ଉପାୟରେ ଏହି ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଶେଷଦେବ ମା’ ଭଗବତୀ ମନ୍ଦିରରୁ ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଛନ୍ତି । ସେ ପ୍ରଥମେ ମା’ ଭଗବତୀଙ୍କ ଦର୍ଶନ କରି ମନ୍ଦିର ନିକଟରୁ ପଦଯାତ୍ରା ଆରମ୍ଭ କରି ବାଣପୁର ବ୍ଲକ ଓ ତହସିଲରେ ଦାବି ପତ୍ର ପ୍ରଦାନ ସହିତ ସେଠାରୁ ଗମ୍ଭାରିମୁଣ୍ଡା ଦେଇ ନାଚୁଣୀରେ ପହଞ୍ଚିଥିଲେ । ନାଚୁଣୀରୁ ତାଙ୍କ ପଦଯାତ୍ରା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ପହଞ୍ଚିବେ। ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ଶେଷଦେବ ସଚିବାଳୟ ଅଭିମୁଖେ ପଦଯାତ୍ରା ଆରମ୍ଭ କରିବେ। ତେବେ ‘ବାଣପୁର ୟୁଥ ଭଏସ’ ର ସଂପୂର୍ଣ୍ଣ ସହଯୋଗରେ ପ୍ରାୟ ପଚାଶ ରୁ ଉର୍ଦ୍ଧ ଯୁବକ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି l ଅନ୍ୟପକ୍ଷରେ ଏହା ଏକ ପ୍ରଶଂସନୀୟ ପ୍ରୟାସ ଏବଂ ଏହି ପଦଯାତ୍ରାରେ ବାଣପୁର ଜନସାଧାରଣ ବହୁଳ ପରିମାଣରେ ସାମିଲ ହୋଇଛନ୍ତି l
ଜୋର ଧରିଲା ବାଣପୁର ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି !!!

