Site icon Awaj Media

ଗଡ଼ ମଧୁଆପଲ୍ଲୀରେ ପ୍ରଥମ ବାର୍ଷିକ ଅଷ୍ଟପ୍ରହରୀ ନାମଯଜ୍ଞ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପଶ୍ଚିମ ବାଙ୍କୀ କଳାପଥର ଗ୍ରାମ ପଂଚାୟତର ଗଡ଼ ମଧୁଆପଲ୍ଲୀରେ ଉଦଯାପିତ ହୋଇଯାଇଛି ଅଷ୍ଟପ୍ରହରୀ ନାମଯଜ୍ଞ | ଗାଁ ର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାମନ ଦେବଙ୍କ ପୀଠରେ ଗ୍ରାମବାସୀଙ୍କ ଆୟୋଜନରେ ପ୍ରଥମ ବାର୍ଷିକ ଅଷ୍ଟପ୍ରହରୀ ନାମ ଯଜ୍ଞ ଓ ନଗର କୀର୍ତ୍ତନ ସମାରୋହ ଚଳିତ ମାସ 29 ତାରିଖ ଗୁରୁବାର ଠାରୁ ଆରମ୍ବ ହୋଇ ମାର୍ଚ୍ଚ 2 ତାରିଖରେ ସମାପିତ ହୋଇଥିଲା | ପ୍ରତିଦିନ ଦେବଙ୍କ ପୀଠରେ ନାମଯଜ୍ଞର ଯଥାରୀତ ପୂଜାର୍ଚ୍ଚନ ପୁରୋହିତ ମାନଙ୍କ ଦ୍ଵାରା ବହୁ ଶ୍ରଦ୍ଧାଳୁଙ୍କ ଉପସ୍ଥିତରେ ଆଧ୍ୟାତ୍ମିକ ପରିବେଶରେ କରଯାଇଥିଲା | ପ୍ରତଦିନ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କ ଦ୍ଵାରା ଭଜନ କୀର୍ତ୍ତନ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ଭିତରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରାଉଥିଲା | ପ୍ରତି ରାତ୍ରିର ରାମ ନାଟକକୁ ମନ ଭରି ଉପଭୋଗ କରୁଥଲେ ବହୁ ସଂଖ୍ୟକ ଦର୍ଶକ | ଶେଷ ଦିବସରେ ମହା ଆଡମ୍ବର ସହିତ ଶୃଙ୍ଖଳିତ ଭିତରେ ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ କାର୍ଯ୍ୟ ହୋଇଥିଲା | ମଧୁଆପଲ୍ଲୀ ଗ୍ରାମବାସୀ, ଯୁବକ ସଙ୍ଘ ତଥା ସମାଜସେବୀ ସଦାନନ୍ଦ ଗୁମାନସିଂହ, ଅନୁସୂୟା ଗୁମାନସିଂହ, ସୌମ୍ୟ ସୁନୀଲଙ୍କ ଉପସ୍ଥିତି ଓ ସହଯୋଗରେ ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦିତ ହୋଇଯାଇଛି |

Exit mobile version