Site icon Awaj Media

କ୍ୟାରିୟର ଭିତ୍ତିକ ଡ଼ିଜିଟାଲ ପାଠ୍ୟକ୍ରମ ସଚେତନତା ରଥର ଶୁଭାରମ୍ଭ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓକେସିଏଲ ଆନୁକୂଲ୍ୟରେ ସମସ୍ତ ବ୍ଲକ୍‌ରେ ବୈଷୟିକ ତଥା କ୍ୟାରିୟର ଭିତ୍ତିକ ଡ଼ିଜିଟାଲ ପାଠ୍ୟକ୍ରମ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ୍ ଅଧିନ ଗାଲୁଆ ଛକ ସ୍ଥିତ କମ୍ପ୍ୟୁଟର ଷ୍ଟଡ଼ି ସେଣ୍ଟର (ସିଏସ୍‌ସି) ଠାରେ ଶନିବାର ସଚେତନତା ରଥ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଣପୁର ଏନ୍‌ଏସି ଉପାଧ୍ୟକ୍ଷା ପ୍ରାଚୀପ୍ରଭା ସ୍ୱାଇଁ ଏବଂ ୧୫ୱାର୍ଡ଼ କାଉନ୍‌ସିଲର ଅଞ୍ଜଳୀପ୍ରଭା ତ୍ରିପାଠୀ ଓ ଅଶୋକ କୁମାର ଷଡ଼ଙ୍ଗୀ ସମ୍ମାନୀତ ଅତିଥି, ସମାଜସେବୀ ଅନନ୍ତ ଚରଣ ଖଟେଇ ଓ ସାମ୍ବାଦିକ ଅଶୋକ କୁମାର ଜେନା ପ୍ରମୁଖ ଯୋଗଦେବା ସହ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସମେତ କମ୍ପ୍ୟୁଟର ଶିକ୍ଷକ ମାନେ ଉପସ୍ଥିତ ରହି ଏହି ରଥକୁ ସ୍ୱାଗତ କରିଥିଲେ । ରାଜ୍ୟ ସରକାରଙ୍କ ଏହି କମ୍ପ୍ୟୁଟର ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ବାଣପୁର ଅଞ୍ଚଳର ସ୍ୱୀକୃତି ପ୍ରାପ୍ତ କମ୍ପ୍ୟୁଟର ଷ୍ଟଡ଼ି ସେଣ୍ଟର ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନେ ନାମ ଲେଖାଇବା ଆଦି ସମ୍ପର୍କରେ ମୁଖ୍ୟଅତିଥି ଆଲୋକପାତ କରିଥିଲେ । ଏହି କମ୍ପ୍ୟୁଟର ଶିକ୍ଷା ଲାଭ ପରେ ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ମୁକ୍ତ ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ୱୀକୃତି ପ୍ରମାଣ ପତ୍ର ହାସଲ କରିବେ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।।

Exit mobile version