Site icon Awaj Media

ବାଣପୁର ମିଶନ ଶକ୍ତି କାର୍ଯ୍ୟାଳୟରେ ସ୍ୱୟଂ ସହାୟିକା ଗୋଷ୍ଠୀକୁ ସୁଧ ଛାଡ଼ ମେଳା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ଠାରେ ଥିବା ମିଶନ ଶକ୍ତି କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଦ୍ଵାରା ବାଣପୁର ବିଜ୍ଞାପିତ ଅଞ୍ଚଳ ଓ ବ୍ଲକର ୮୨୬ ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦିଆଯାଇଥିବା ଋଣର ସୁଧ ଛାଡ଼ କରାଯାଇଛି । ଋଣ ନେଇ ଉଚିତ ସମୟରେ ଋଣ ସୁଝି ଥିବାରୁ ଏହି ଅବସରରେ ଋଣର ସୁଧ ଛାଡ଼ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାଡ଼ ହୋଇଥିବା ଟଙ୍କା ମଧ୍ୟରୁ ୬୦ ଲକ୍ଷ ୪୫ ହଜାର ୪୨୮ ଟଙ୍କା ଅଟେ । ଏହି ୮୨୬ ଟି ସ୍ୱୟଂ ସହାୟିକା ଗୋଷ୍ଠି ମଧ୍ୟରୁ ୫୦ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ୯ ଲକ୍ଷ ୨୮ହଜାର ୩୮୨ ଟଙ୍କାର ଚେକ ପ୍ରଦାନ କରାଯାଇଛି । ଏହାକୁ ନେଇ ମହିଳା ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି କାର୍ଯ୍ୟକ୍ରମ ରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ପୂର୍ବତନ ଉପାଧକ୍ଷ ଦାଶରଥି ସାହୁ, ବିଜ୍ଞାପିତ ଅଞ୍ଚଳର ଉପାଧ୍ୟକ୍ଷା ପ୍ରାଚୀପ୍ରଭା ସ୍ୱାଇଁ, ବି ପି ଏମ ଶିବ ଶଙ୍କର ଜାଲି, ବିପିସି ରଶ୍ମିତା ଇନ୍ଦ୍ରଜିତ ପ୍ରମୁଖ ଉପସ୍ଥିତ ଥିଲେ ।।

Exit mobile version