Site icon Awaj Media

ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ନରେନ୍ଦ୍ରପୁର ପଞ୍ଚାୟତରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ! ନିର୍ବାଚନ ଯେତିକି ପାଖେଇ ଆସୁଛି , ଚିଲିକା ନିର୍ବାଚନ ମଣ୍ଡଳୀରେ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ତାଙ୍କ ଦଳୀୟ କର୍ମୀ ଙ୍କୁ ନେଇ ସଂଗଠନ କୁ ମଜବୁତ କରିବାରେ ଲାଗି ପଡିଛନ୍ତି l ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସାଲୁଣୀ ଖେଳ ପଡିଆ ଠାରେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ଏକ ବନ୍ଧୁମିଳନ ଓ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ବାଣପୁର ବ୍ଲକ ଉପସଭାପତି ସୁକାନ୍ତ କୁମାର ଭୋଳ, ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଯୁବ ସଭାପତି ତାପସ ପାତ୍ର, ଉପସଭାପତି ପୂର୍ଣ୍ଣଚନ୍ଦ୍ର ପରିଡ଼ା ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଯୋଗଦେଇ ନିଜର ବକ୍ତବ୍ୟ ଦେଇଥିଲେ ଯେ ବିଜୁ ଜନତା ଦଳର ଚବିଶ ବର୍ଷ କାର୍ଯ୍ୟକଳାପ ଭିତରେ ଓଡିଶାର ଉନ୍ନତି କରିବା ସହିତ ବିକାଶର ସଫଳ ରୂପାୟନ ହୋଇଛି ! ଆଗାମୀ ଦିନରେ ରଘୁନାଥ ସାହୁ ପୁଣି କିଭଳି ଭାବେ ଟିକେଟ ପାଇ ନିର୍ବାଚନ ବୈତରଣୀ ପାର ହେବେ ଓ ଚିଲିକା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଦୁଃଖ ସୁଖର ସାଥି ହୋଇ ରହିବେ ସେ ସମ୍ପର୍କ ରେ ମଧ୍ୟ ବକ୍ତବ୍ୟ ରଖିଥିଲେ । ଆମ ମାଟିର ଲଢୁଆ ପୁଅ ରଘୁନାଥ ସାହୁ ଙ୍କୁ ପୁନର୍ବାର ବିଧାୟକ ରୂପେ ଦେଖିବାକୁ ଚାହୁଁ ବୋଲି ସ୍ଥାନୀୟ ଜନ ସାଧାରଣ ନିଜ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ୧୨୦୦ ରୁ ଉର୍ଦ୍ଧ୍ବ ବିଜୁ ଜନତା ଦଳ ର ନେତୃବୃନ୍ଦ ଓ କର୍ମୀମାନେ ଯୋଗ ଦେଇଥିଲେ । ଏହା ପରେ ପରେ ମିଶ୍ରଣ ପର୍ବ ଆରମ୍ଭ ହୋଇଥିଲା । ମିଶ୍ରଣ ପର୍ବ ରେ ଭାରତୀୟ ଜନତା ପାର୍ଟି ଛାଡ଼ି ବିଜୁ ଜନତା ଦଳରେ ଯୋଗଦେଇ ଥିଲେ ସାଲୁଣୀ ଗ୍ରାମର ପାଣ୍ଡପ ପରିଡା, ବଡସିରେଇପୁରୁ ଗ୍ରାମର ଜଗନ୍ନାଥ ନାୟକ, ବରଡ଼ି ଗ୍ରାମର ଦିଲ୍ଲୀପ ପଟ୍ଟନାୟକ, କୋଳଥଡିହ ଗ୍ରାମର ନଳାଦ୍ରି ଦାସ, ଆଙ୍କୁଲା ପଦର ଗ୍ରାମର ମୋଚିରାମ ପ୍ରଧାନ ଏବଂବେରୁଆଁବାଡ଼ି ଗ୍ରାମର କେଦାର ସ୍ବାଇଁ । ସମସ୍ତ କାର୍ଯକ୍ରମ କୁ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଯୁବ ସଭାପତି ତାପସ ପାତ୍ର ପରିଚାଳନା କରିଥିଲେ ।

Exit mobile version