Site icon Awaj Media

ନେତାଜୀ ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ରେ ନୂଆ ଓ ଛାତ୍ର ବୃତ୍ତି ଅର୍ଥ ଅନୁଦାନ ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ନେତାଜୀ ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ରେ ନୂଆ ଓ ଛାତ୍ର ବୃତ୍ତି ଅର୍ଥ ଅନୁଦାନ ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ | ଚଳିତ ମାର୍ଚ୍ଚ ମାସ ପାଞ୍ଚ ତାରିଖରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ନେତାଜୀ ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ରେ ନୂଆ ଓ ଛାତ୍ର ବୃତ୍ତି ଅର୍ଥ ଅନୁଦାନ ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ବିଶ୍ୱେଶ୍ୱର ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ନେତାଜୀ ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି ଶ୍ରୀ ପାଉଲ ମଣ୍ଡଳ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ମଣ୍ଡଳ ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀ ଙ୍କୁ ଦିଆ ଯାଇଥିବା ଅର୍ଥ ରାଶିକୁ ସେମାନଙ୍କ ଶିକ୍ଷା କ୍ଷେତ୍ରରେ ଗ୍ରହଣ କରିବା ଆବଶ୍ୟକ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ପରିଚାଳନା କମିଟିର ସମସ୍ତ ସଦସ୍ୟ ଙ୍କ ସହ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ଇତିହାସ ବିଭାଗ ଅଧ୍ୟାପକ ସୁଶାନ୍ତ ସୁନା ରହିଥିଲେ। ଶିକ୍ଷା ବିଭାଗ ଅଧ୍ୟାପିକା ତଥା ଯୁବ କବୟିତ୍ରୀ ଶ୍ରୀମତୀ ସ୍ଵାଗତିକା ସାହୁ, ଇଂରାଜୀ ଅଧ୍ୟାପିକା ରୀନାରାଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ଅଭିଭାବକ ଏବଂ ପିଲାମାନଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ | ଯୁବସମାଜ ସାମାଜିକ ଗଣମାଧ୍ୟମରେ ରହିଲେ ମଧ୍ୟ ଆଧ୍ୟାତ୍ମିକ ଜ୍ଞାନକୁ ବହୁଳ ଭାବେ ନିଜ କର୍ମକ୍ଷେତ୍ରରେ ଲଗେଇବା ଉଚିତ | କାର୍ଯ୍ୟକ୍ରମ ଶେଷରେ ୫୦୦ ଛାତ୍ର ଛାତ୍ରୀ ଙ୍କୁ ଆର୍ଥିକ ଅନୁଦାନ ପ୍ରମାଣପତ୍ର ବଣ୍ଟନ ପ୍ରଦାନ କରାଯାଇଥିଲା । ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଶ୍ରୀ ରମେଶ ଚନ୍ଦ୍ର ଦିଗାଲ ଧନ୍ୟବାଦ୍ ଅର୍ପଣ କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ନୂଆ କରି ଦିଆ ଯାଉଥିବା” ନୂଆ ଓ ଛାତ୍ରବୃତ୍ତି”କୁ ସମଗ୍ର ଓଡ଼ିଶାର ଛାତ୍ର ସମାଜ ପସନ୍ଦ ସହିତ ଖୁସି ବ୍ୟକ୍ତ କରିଛନ୍ତି |

Exit mobile version