Site icon Awaj Media

ବାବା ସିଂହନାଥ ଙ୍କ ପୀଠରେ ମହାଶିବରାତ୍ରି ଧୁମ ଧାମ ରେ ପାଳିତ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥ ଙ୍କ ପୀଠରେ ମହାଶିବରାତ୍ରି ଧୁମ ଧାମ ରେ ପାଳିତ ! ଆରାଧ୍ୟ୍ୟ ଦେବ ବାବା ସିଂହନାଥ ଙ୍କ ପୀଠରେ ମହା ଶିବରାତ୍ରି ବହୁ ଆଡମ୍ବର ରେ ପାଳନ ହେଉଛି । ବଡମ୍ବା ର ଦେବୋତର ବିଭାଗ ମୁଖ୍ୟ ତଥା ତହସିଲଦାର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବରାତ୍ରି ପାଳନ ହୋଇଯାଇଛି । ବାହାରୁ ଆସୁଥିବା ଭକ୍ତ ଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବାରିକେଡ଼ କରାଯାଇ ଭିଡକୁ ନିୟନ୍ତ୍ରଣ କରିବାପାଇଁ 2 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଅଗ୍ନିଶମ ବାହିନୀକୁ ସଜାଗ କରାଯାଇଛି । ପୂର୍ବ ବର୍ଷ ମକର ମେଳରେ ହୋଇଥିବା ଦଳା ଚକଟା ଭଳି କୌଣସି ପରିସ୍ଥିତି ଉପୁଜିବ ନାହିଁ , ସେଥିପ୍ରତି ସମସ୍ତ ବିଭାଗ ତରଫରୁ କଡା ନଜର ରଖାଯାଇଛି । ବାହାରୁ ଆସୁଥିବା ଦର୍ଶନାର୍ଥୀ ଧାଡିରେ ଦର୍ଶନ କରିବା ସହ ଶାନ୍ତି ଶୃଙ୍ଖଳା ପରିଲକ୍ଷିତ ହୋଇଛି !

Exit mobile version