Site icon Awaj Media

ଚକାପଦାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଏନ. ଏ. ସି ଅନ୍ତର୍ଗତ ଚକାପଦା ଗ୍ରାମର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ତରଫରୁ ଯୁବବନ୍ଧୁ ଭବନରେ ବିଶ୍ୱ ମହିଳା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ବାଙ୍କୀ କେନ୍ଦ୍ରୀୟ ଜୋନର ଜିଲ୍ଲା ପରିଷଦ ସଭ୍ୟା ମିନତୀ ମହାପାତ୍ର ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଓ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ | ଅନ୍ୟତମ ଅତିଥି ଭାବେ ଯୁବ କବୟିତ୍ରୀ ଶକୁନ୍ତଳା ମଲ୍ଲିକ, ମହିଳା ମହାସଂଘ ସଭାନେତ୍ରୀ ସୁନିତା ପ୍ରଧାନ ଏବଂ ସୁଜ୍ଞାନ ଟ୍ୟୁଟୋରିଆଲର ପ୍ରତିଷ୍ଠାତା ତଥା ବାଙ୍କୀ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଜ୍ଞାନଦା ରଣା ଓ ଆଧ୍ୟାତ୍ମିକ ଗୁରୁ କୁମାର ଅମୀୟ ବୁଲୁ ବାବା ଯୋଗ ଦେଇ ମହିଳା ଦିବସର ତାତ୍ପର୍ଯ୍ୟ ସହିତ ମହିଳା ସଚେତନ ଧର୍ମୀ ବକ୍ତବ୍ୟ ରଖିଥିଲେ | ଯୁବ ସମାଜସେବୀ ପ୍ରଦୀପ କୁମାର ଜେନାଙ୍କ ପରିଚାଳନାରେ ସଭା କାର୍ଯ୍ୟକ୍ରମ ହୋଇଥିଲା | ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲ ବାର୍ଷିକ ବିବରଣୀ ପାଠ କରିଥିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। କବି ବଂଶୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ | ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବାଙ୍କୀ ଓ ଡମପଡ଼ା ବ୍ଲକର ବିଭିନ୍ନ ଗ୍ରାମରୁ କୁରୁମଚୈନୀ ଗ୍ରାମର ସୁନେଲି ଦେହୁରୀ, ବ୍ରହ୍ମପୁରା ଗ୍ରାମର ରୀନା ମହାରଣା, କେନ୍ଦୁପଲ୍ଲୀ ଗ୍ରାମର ସୁନିତା ମହାପାତ୍ର,ଚକାପଦାର ସୁନିତା ପ୍ରଧାନ, ଭାରତୀ ରାଉତ, ଜାଜ୍ଞସ୍ବିନୀ ରଣା, ପ୍ରଭାତୀ ବେହେରା, ଅଧ୍ୟାପିକା ଜ୍ଞାନଦା ରଣା ପ୍ରମୁଖ ମୁଖ ମହିଳାମାନଙ୍କୁ ଉତ୍ତରୀୟ, ମାନପତ୍ର ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା | ସମସ୍ତ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସାଫଲ୍ୟମଣ୍ଡିତ କରିବାରେ ସାମାଜିକ କର୍ମୀ ଲଲାଟେନ୍ଦୁ ପଣ୍ଡା, ଶଶୀଭୂଷଣ ତ୍ରିପାଠୀ, ସଭାପତି ନିରଞ୍ଜନ ପଣ୍ଡା, ସୁବ୍ରତ କୁମାର ନାୟକ, ଲକ୍ଷ୍ମୀପ୍ରିୟା ଦାସ ପ୍ରମୁଖ ସହଯୋଗ କରିଥିଲେ |

Exit mobile version