Site icon Awaj Media

ପାରଳାଖେମୁଣ୍ଡି ବନଖଣ୍ଡ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଥିବା ସମୟରେ ସହକାରୀ ବନ ସଂରକ୍ଷକ ଶ୍ରୀ ଅରୁଣ କୁମାର ସାହୁ, ଦେବଗିରି ବନାଞ୍ଚଳ ଅଧିକାରୀ ଶ୍ରୀ ବ୍ରହ୍ମାନନ୍ଦ ସାହୁ, ବନପାଳ ପି .ଭେଙ୍କଟରମଣ, ସନ୍ତୋଷ କୁମାର ପରିଛା ପ୍ରମୁଖ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମ ରେ ଜଙ୍ଗଲ ସୁରକ୍ଷା, ରକ୍ଷଣା ବେକ୍ଷଣ, ଜଙ୍ଗଲ ନିଆଁ କ୍ଷେତ୍ରରେ ବନ ବିଭାଗର ଉଲ୍ଲେଖନୀୟ ଅବଦାନ ଥିବା ବନପାଳ ଶ୍ରୀମତୀ ଶିବାନୀ ଗୌଡ, ବନରକ୍ଷୀ ସୁମିନା ଗମାଙ୍ଗ, ବର୍ଷାରାଣୀ ପଟ୍ଟନାୟକ, କବିତା କାର୍ଜୀ, ସୁମିତ୍ରା ପ୍ରଧାନ, ଦମୟନ୍ତୀ ଗୌଡ, ପ୍ରିୟଙ୍କା ବେହେରଦଳେଇ, ପ୍ରିୟଦର୍ଶିନୀ ସ୍ୱାଇଁ ଙ୍କୁ ପାରଳାଖେମୁଣ୍ଡି ବନଖଣ୍ଡ ତରଫରୁ ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦ ସମ୍ମାନିତ କରିଥଲେ I ଲୋକ ମାନଙ୍କ ର ଅଧିକ ମଙ୍ଗଳ ପାଈଁ କାର୍ଯ୍ଯ କରିବାକୁ ସେ ବିଜେତା ମାନଙ୍କୁ ଅନୁରୋଧ କରିଥଲେ ଏବଂ ସେମାନଙ୍କୁ ସେବା କରୁଥିବା ଲୋକଙ୍କ ପାଈଁ ପ୍ରେରଣା ବୋଲି ମଧ୍ୟ କହିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ବନରକ୍ଷୀ ପ୍ରସାଦ ନାୟକ, ଜଙ୍ଗଲ ସୁରକ୍ଷା କର୍ମୀ ଆକାଶ ପଧାନ ଉପସ୍ଥିତ ରହି ସହଯୋଗ କରିଥଲେ I

Exit mobile version