ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ର ବିଭିନ୍ନ ପୌରାଣିକ କିମ୍ବଦନ୍ତୀର ମୁକସାକ୍ଷୀ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି । ଏହି ମହେନ୍ଦ୍ରଗିରି ପର୍ବତ ଗଜପତି ଜିଲ୍ଲାରେ ଅବସ୍ଥିତ । ପ୍ରତ୍ୟେକ ବର୍ଷ ମହା ଶିବରାତ୍ରୀର ପୂର୍ବ ରାତ୍ରରେ ମହେନ୍ଦ୍ରଗିରି ଠାରେ ଲକ୍ଷାଧିକ ଭକ୍ତ ସମାଗମ ହୋଇ ଜାଗର ପାଳିଥାନ୍ତି । ସାରା ଭାରତରେ ମହା ଶିବରାତ୍ରରେ ହିଁ ଭକ୍ତମାନେ ଜାଗର ପାଳିଥାନ୍ତି, ହେଲେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ଠାରେ ବହୁ ପୂର୍ବରୁ ଶିବ ରାତ୍ରକୁ ଶିବ ରାତ୍ର ଦିନର ପୂର୍ବ ରାତ୍ରରେ ପାଳନ କରାଯାଏ । ଏଥି ପାଇଁ ପୂର୍ବ ଦିନରୁ ମହେନ୍ଦ୍ରଗିରି ଚଳଚଞ୍ଚଳ ହେବା ସହ ହଜାର ହଜାର ଭକ୍ତ ମହେନ୍ଦ୍ରଗିରିରେ ପହଞ୍ଚିଥିଲେ । ସମସ୍ତ ଭକ୍ତ ଯେପରି ଶାନ୍ତି ଶୃଙ୍ଖଳାର ସହ ଭକ୍ତିପୂତ ଭାବେ ରାତ୍ରରେ ଶିବ ରାତ୍ରୀ ଜାଗର ପାଳନ କରିବେ ସେ ନେଇ ଗଜପତି ପ୍ରଶାସନ ତରଫରୁ ବ୍ୟାପକ ସୁବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଐତିହାସିକ, ପୌରାଣିକ,ପ୍ରତ୍ନତାତ୍ତ୍ବିକ ତଥା ପରିବେଶର ଗୁରୁତ୍ବ ବହନ କରୁଥିବା ମହିମା ମଣ୍ଡିତ ମହେନ୍ଦ୍ର ପର୍ବତ ଗଜପତି ଜିଲ୍ଲାରେ ଅବସ୍ଥିତ । ମହେନ୍ଦ୍ରରେ ବିରାଜିତ ଅନେକ ସୁନ୍ଦର ପ୍ରାଚୀନ ମନ୍ଦିର, ଯୁଧିଷ୍ଟୀର ମନ୍ଦିର, କୁନ୍ତୀ ମନ୍ଦିର,ଭୀମ ମନ୍ଦିର, ଅର୍ଜୁନ ଗୁମ୍ଫା, ପର୍ଶୁରାମ ମନ୍ଦିର,ଦାରୁବ୍ରହ୍ମ,ଗୋକଣ୍ଣେଶ୍ଵର ମନ୍ଦିର ,ହନୁମାନ ପାଦ ଚିହ୍ନ କୀର୍ତ୍ତିରାଜିର ପ୍ରଚାର ଓ ପ୍ରସାର ନିମନ୍ତେ ଓ ମହା ଶିବରାତ୍ରୀ ଅବସରରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଜାଗର ଯାତ୍ରା କୁ ଶାନ୍ତି ଶୃଙ୍ଖଳାର ସହିତ ସଫଳ କରିବା ନିମନ୍ତେ ଗଜପତି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା ।
ମହେନ୍ଦ୍ରଗିରିରେ ଶିବରାତ୍ରି ପୂର୍ବ ରାତ୍ରରେ ଭକ୍ତ ପାଳିଲେ ମହାଶିବରାତ୍ରୀ ଜାଗର !!!

