ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଓଡ଼ିଆ ଭଣ୍ଡାରୀ ସାହିରେ ଥିବା ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଅଗ୍ରଣୀ ମହିଳା ସଂଗଠନ “ଆକାଂକ୍ଷା”ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆନ୍ତର୍ଜାତିୟ ମହିଳା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୂଖ୍ୟ ଅତିଥି ଭାବେ ଡ଼ଃ ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଗଜପତି, ସମ୍ମାନୀତ ଅତିଥି ଭାବେ ଭାଗ୍ୟଲକ୍ଷ୍ମୀ ନାୟକ, JJB ର ସଦସ୍ୟ ,ସମ୍ପାଦିକା ମିନା କୁମାରୀ ଟହଲ,ଉପଦେଷ୍ଟା ଡ଼ଃ କଲ୍ୟାଣୀ ମିଶ୍ର, ସ୍ଵର୍ଣପ୍ରଭା ପାଠୀ ମଞ୍ଚାସୀନ ହୋଇଥିଲେ।ମୁଖ୍ୟ ଅତିଥି କହି ଥିଲେ କିପରି ସବୁକ୍ଷେତ୍ରରେ ନାରୀମାନଙ୍କର ଗୁରୁ ଦାୟିତ୍ବରହିଛି।ଜଣେ ନାରୀ ଚାହିଁଲେ ଘରକୁ ସ୍ୱର୍ଗ ବା ନର୍କରେ ପରିଣତ କରିପାରେ ନାରୀ ସୃଷ୍ଟିକାରିଣୀ ଓ ସଂହାର କାରିଣୀ ମଧ୍ୟ ସେ ଗଜପତି ଜିଲ୍ଲାର ଲିଙ୍ଗଗତ ବୈଷମ୍ୟତା ଉପରେ ଆଲୋକପାତ କରିଥିଲେ।ସମ୍ମାନୀତ ଅତିଥି ଶ୍ରୀମତୀ ନାୟକ ନାରୀମାନଙ୍କ ସୁରକ୍ଷା ନିମନ୍ତେ କି କି ଆଇନ ରହିଛି ଓ ସମାଜର ମଧ୍ୟ ଦାୟିତ୍ବ ଓ ପ୍ରତିବଦ୍ଧତା ରହିଛି ବୋଲି କହିଥିଲେ। ଅତିଥି ଆବାହନ ଗୀତା ପାତ୍ର, ପରିଚୟ ପ୍ରଦାନ ସରିତା ପାଣିଗ୍ରାହୀ କରିଥିବା ବେଳେ ସ୍ୱାଗତ ଭାଷଣ ଡ଼ଃ କଲ୍ୟାଣୀ ମିଶ୍ର ଦେଇ ଥିଲେ। ସଙ୍ଗଠନର ବାର୍ଷିକ ବିବରଣୀ ପାଠ କରିଥିଲେ ମିନା ଟହଲ।ଏହି ଅବସରରେ ସଙ୍ଗୀତ, ସାରସ୍ଵତ ସାଧନ,ସାଙ୍ଗଠନିକ ଓ ସାଂସ୍କୃତିକ କ୍ଷେତ୍ରରେ ବିଶିଷ୍ଟ କାର୍ଯ୍ୟ ନିମନ୍ତେ ବି.କୋମଳାଙ୍ଗୀ, ସ୍ନିଗ୍ଧା ମିଶ୍ର, ବରଦା ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବିଜୟିନୀ ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ମାନପତ୍ର ଶ୍ରୀମତୀ ବବିତା ପୁରୋହିତ, ସୁଶ୍ରୀ ଡ଼ଲି ଭୂୟାଁ, ଶ୍ରୀମତୀ ସଙ୍ଗୀତା ପାତ୍ର ପାଠ କରିଥିବାବେଳେ ସମ୍ବର୍ଦ୍ଧନା ଓ ମଞ୍ଚ ପରିଚାଳନା କରିଥିଲେ ଶ୍ରୀମତୀ ସୁନିତା ବେହେରା,ଶ୍ରୀମତୀ ନିବେଦିତା ପଟ୍ଟନାୟକ, ସୁଶ୍ରୀ ଶିବାନୀ,ସ୍ୱାତୀ ପାଣିଗ୍ରାହୀ।ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ୟାମାନେ ଦୀପମନ୍ତ୍ର ଉଚ୍ଚାରଣ ସହ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିବା ବେଳେ ଭକ୍ତିସଙ୍ଗୀତ ସଂସଦର କଳାକାରମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।ସୁଶ୍ରୀ ଶ୍ଵେତା ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।ଏହି କର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।ଶ୍ରୀ ସରୋଜ କୁମାର ପଣ୍ଡା, ଶ୍ରୀ ରାଜେନ୍ଦ୍ର ରଥ, ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ଶ୍ରୀ ମୁରଲୀ ପରିଚ୍ଛା, ଶ୍ରୀ ଵିଷ୍ଣୁ ପଣ୍ଡା, ଶ୍ରୀ ତ୍ରିପତି ପଣ୍ଡା, ଶ୍ରୀ ଶରତ ସାହୁ ,ଶ୍ରୀ ଭରତ ଭୂଷଣ ମହାନ୍ତି ,ଶ୍ରୀ ବିନୋଦ ଜେନା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ଉପାନ୍ତପ୍ରହରୀ ଶ୍ରୀ ପୂର୍ଣଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।

