Site icon Awaj Media

ଆରକ୍ଷୀ ପ୍ରଶିକ୍ଷଣ ଦିକ୍ଷାନ୍ତ ସମାରୋହ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ପୋଲିସ ଟ୍ରେନିଙ୍ଗ ସ୍କୁଲ୍‌ ପଡିଆରେ ୫୪ତମ ଆରକ୍ଷୀ ପ୍ରଶିକ୍ଷଣ ଦିକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀର ଆରକ୍ଷୀ ମହାନିର୍ଦ୍ଦେଶକ ସାଇନି ଏସ୍ ଯୋଗଦେଇ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୟାଗଡ ଏସ୍‌.ପି. ରାହୁଲ୍ ଜୈନ୍ , ପି.ଟି.ଏସ୍‌ର ପ୍ରିନ୍ସିପାଲ୍ ଭବେଶ କୁମାର ନାୟକ ଉପସ୍ଥିତ ଥିଲେ । ୨୦୨୩ ମସିହା ମେ ମାସରେ ପିଟିଏସ ପ୍ରଶିକ୍ଷଣ କେନ୍ଦ୍ରରେ ୪୫୦ଜଣ କନେଷ୍ଟବଲ୍ ଟ୍ରେନିଙ୍ଗ ପାଇଁ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୪୬ ଜଣ ଟ୍ରେନିଙ୍ଗ ନେଇଥିଲେ !

Exit mobile version