Site icon Awaj Media

ରାସ୍ତା ପ୍ରଶସ୍ତିକରଣ ପାଇଁ ଗଛକଟା : ବିରୋଧ କଲେ ପରିବେଶବିତ୍ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ପିଟିଏସ ଛକ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତାଟି ସବୁବେଳେ ଜନଗହଳି ଲାଗି ରହୁଥିବାରୁ ପ୍ରଶାସନ ଏହି ରାସ୍ତାକୁ ପ୍ରଶସ୍ତ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ କିଛି ପ୍ରକୃତିପ୍ରେମୀ ତଥା ପରିବେଶବିତ ଏହି ରାସ୍ତାର ଉଭୟ ପାର୍ଶ୍ଵର ଗଛ କଟାକୁ ବିରୋଧ କରୁଛନ୍ତି । ଯାହାଫଳରେ ରାସ୍ତା କାମ ଅଟକି ରହିବାର ସମ୍ଭାବନା ରହିଛି ! କିନ୍ତୁ ଏହା ଜାଣି ରଖିବାକୁ ହେବ ଯେ, ଏହି ରାସ୍ତାର ଉଭୟ ପାର୍ଶ୍ଵରେ ବହୁତ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଓ କଲୋନୀ ଗଢ଼ି ଉଠିଛି । ରାସ୍ତାଟି ଅଣ ଓସାରିଆ ଥିବାରୁ ହଜାର ହଜାର ସ୍କୁଲ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଠିକ ସମୟରେ ପହଞ୍ଚି ପାରୁ ନାହାଁନ୍ତି ! ତେଣୁ ଉକ୍ତ ରାସ୍ତାଟି ଅବିଳମ୍ବେ ପ୍ରଶସ୍ତ କରିବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ ହଜାର ହଜାର ଛାତ୍ରଛାତ୍ରୀ ଓ ପଥଚାରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟକୁ ସହଯୋଗ କରିବାକୁ ପରିବେଶବିତ ମାନଙ୍କୁ ଅନୁରୋଧ କରାଯାଇଛି ।

Exit mobile version