Site icon Awaj Media

ବିଧାୟକ ଅରୁଣଙ୍କ ଦ୍ୱାରା ରୂପାନ୍ତରିତ ମୁଖଶାଳା ଉଦଘାଟିତ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ବଦଳୁଛି ନୟାଗଡ଼ ସହର, ରୂପାନ୍ତରିତ ହେଉଛି ଅନେକ କିଛି । ନୟାଗଡ଼ ସହରକୁ ଏକ ଭିନ୍ନ ଋପରେ ପରିକଳ୍ପନା କରୁଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ନୟାଗଡ଼ ସହରରେ ରାସ୍ତାଘାଟଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ପ୍ରଭୃତିକୁ ନୂଆଋପ ଦେବାକୁ ଚେଷ୍ଟା ଚାଲିଛି । ଯୁବକ ଅବସ୍ଥାରେ ପହଞ୍ଚିଥିବା ନୟାଗଡ଼ ଜିଲ୍ଲାକୁ ସୈାନ୍ଦର୍ଯ୍ୟମୟ କରାଯାଉଛି । ଆଜି ନୟାଗଡ଼ ସହରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିତ ମୁଖଶାଳାକୁ ବିଧାୟକ ଡ. ସାହୁ ଉଦଘାଟନ କରିଛନ୍ତି । ନୟାଗଡ଼ ଜଳସମ୍ପଦ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୟାଗଡ଼ ପୈାର ପରିଷଦ କାର୍ଯ୍ୟାଳୟ, ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଖେଳପଡ଼ିଆ, ପୂର୍ତ୍ତ ବିଭାଗ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ମୁଖଶାଳା ତଥା ସୁଉଚ୍ଚ ତୋରଣକୁ ଉଦଘାଟନ କରାଯାଇଛି । ସେହିଭଳି ଭାବେ ତ୍ରିନାଥଛକଠାରେ ନିର୍ମାଣ କରାଯାଇଥିବା ବିଶୁଦ୍ଧ ପାନୀୟ ଜଳ କିଓସ୍କୋକୁ ଉଦଘାଟନ କରାଯାଇଛି । ଏହା ସହିତ ନୟାଗଡ଼ ବ୍ଲକ ଅନ୍ତର୍ଗତ ହରିପୁର ହେଲ୍‌ଥ ସେଣ୍ଟରକୁ ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନାଙ୍କ ସମେତ ସମସ୍ତ କାଉନସିଲରମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ବୁଦ୍ଧିଜୀବୀ, ଯୁବକ, ମହିଳା ସାମିଲ ହୋଇଥିଲେ ।

Exit mobile version