Site icon Awaj Media

ମା ” ରାମଚଣ୍ଡୀ ଯୁବ ପରିଷଦ ଆନୁକୂଲ୍ୟରେ ପଞ୍ଚମ ବାର୍ଷିକ ଉତ୍ସବ ଓ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା !!!

Spread the love

ପାରାଦ୍ଵୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଉଦଯାପିତ ହୋଇଛି କୁଜଙ୍ଗ ଜଳଧରପୁର ଠାରେ ସ୍ଥାନୀୟ ମା’ ରାମଚଣ୍ଡୀ ଯୁବ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ପଞ୍ଚମ ବାର୍ଷିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା । ୫ଦିନ ଧରି ଚାଲିଥିବା ନାଟକ ପ୍ରତିଯୋଗିତାରେ ମା’ଗୌରୀ କ୍ଲବ ବାଙ୍କୁଆ ଭୂବନେଶ୍ୱର ପକ୍ଷରୁ ପରିବେଷିତ ନାଟକ ‘ଆଖି ତୁ କାନ୍ଦନା’ ଚମ୍ପିୟାନ ହୋଇଥିବା ବେଳେ ଚାଇଁ ମାଇଁ କ୍ଲବ କୋଠୀ ପକ୍ଷରୁ ମଞ୍ଚସ୍ଥ ନାଟକ ‘ସେଇ ଗୋଟିଏ ଭୂଲ’ ରନର୍ସ ଅପ୍ ହୋଇଥିବା ଜଣାପଡିଛି। ପୁରସ୍କାର ବିତରଣ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ପାରାଦୀପ ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଇଂ.ପ୍ରମୋଦ କିଶୋର ଜେନା ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସେହିପରି ନାଟକରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା କଳାକାର ଓ ପ୍ରଛଦ ପଟରେ ଥିବା ନାୟକ ମାନଙ୍କୁ ମଞ୍ଚାସୀନ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଜଳଧରପୁର ଗ୍ରାମରେ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଭାଇଚାରା କୁ ବଜାୟ ରଖିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳା ସହିତ ପରିଚାଳନା କରିଥିବାରୁ ମା’ ରାମଚଣ୍ଡୀ ପରିଷଦର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ସବୁ ସମୟରେ ସହଯୋଗ ର ହାତ ବଢାଇବେ ବୋଲି ମୂଖ୍ୟ ଅତିଥି ଇଂ. ପ୍ରମୋଦ କିଶୋର ଜେନା କହିଛନ୍ତି। ତେବେ ଏହି କଳା ସଂସ୍କୃତି କୁ ସାଧାରଣ ଲୋକଙ୍କ ନିକଟରେ ନାଟକ ମାଧ୍ୟମରେ ବା ଆମ ପରିବାରରେ ଘଟୁଥିବା ଘଟଣା ବଳୀକୁ ନାଟକ ମାଧ୍ୟମରେ ସଚେତନ କରାଇବା ଉଦେଶ୍ୟ ବୋଲି ମା’ ରାମଚଣ୍ଡୀ ଯୁବ ପରିଷଦ ସଭାପତି କହିଥିବା ବେଳେ ୫ଦିନ ଧରି ଚାଲିଥିବା ମୁକ୍ତମଞ୍ଚ ନାଟକକୁ ଜଳଧରପୁର ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ଲୋକେ ବେଶ୍ ଉପଭୋଗ କରିଛନ୍ତି।

Exit mobile version