ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଗ୍ରାମାଞ୍ଚଳ ର ଲୋକ କଳା ଓ ଲୁକାୟୁତ ପ୍ରତିଭା ମାନଙ୍କୁ ନେଇ ଆଜିକୁ ଦୀର୍ଘ ୧୮ ବର୍ଷ ଧରି ଦର୍ଶକ ଙ୍କ ମନ ମୋହିଛି କଟକ ଜିଲ୍ଲା ବାଙ୍କୀ ଶିମିଳିପୁର ଓ ହରିରାଜପୁର ର ଜାଗର ମହୋତ୍ସବ ! ପ୍ରତ୍ୟକ ଦିନ ସଂଧ୍ୟା ରେ ମହୋତ୍ସବ ମଞ୍ଚ ରେ ନାମୀ ଦାମୀ କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ୫ ଦିନ ବ୍ୟାପି ରଙ୍ଗାରଙ୍ଗ ସାଙ୍ଗକୁ ମେଲୋଡି କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି ! ଏହା ସହିତ ଦର୍ଶକ ଙ୍କୁ ଆକୃଷ୍ଟ କରିବା ପାଇଁ ମୀନା ବଜାର ଠାରୁ ଆରମ୍ଭ କରି କୁନି କୁନି ପିଲା ମାନଙ୍କ ମନୋରଞ୍ଜନ ପାଇଁ ରାମ ଦୋଳି ସାଙ୍ଗକୁ ବିଭିନ୍ନ ଖେଳ କୁଦ ର ବ୍ୟବସ୍ଥା ରହିଛି ! ଏହା ସହିତ ଚାଟ ଗୁପଚୁପ ଆଇସକ୍ରିମ ସାଙ୍ଗକୁ ଫାଷ୍ଟଫୁଡ ଖାଇ ବେଶ ମଜା ଉଠାଉଛନ୍ତି ଦର୍ଶକ ! ସେପଟେ ଦର୍ଶକ ଙ୍କ ସମାଗମକୁ ଦୃଷ୍ଟି ରେ ରଖି ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ! ବିଳମ୍ବିତ ରାତି ଯାଏଁ ମେଲୋଡି କାର୍ଯ୍ୟକ୍ରମ ର ମଜା ଉଠାଉଛନ୍ତି ଦର୍ଶକ !
ଜାଗର ମହୋତ୍ସବ କୁ ପୁରିଲା ୧୮ ବର୍ଷ : ୫ ଦିନ ଧରି ଦର୍ଶକ ଙ୍କ ମନ ମୋହୁଛି !!!

