Site icon Awaj Media

ମହିଳା ସ୍ନାତକ ମହାବିଦ୍ୟାଳୟରେ “ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ‘ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ “ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ” ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସରକାରୀ ଚିକିତ୍ସାଳୟର ଡଃ ଇନ୍ଦିରା ମହାପାତ୍ର ଏଡି.ପି.ଏଚ୍. ଓ ଲେପ୍ରୋସି , ଡଃ ପତିତ ପାବନ ବାରିକ ଗୋଷ୍ଠୀ ଚିକିତ୍ସା କେନ୍ଦ୍ର ଗୁରାଣ୍ଡି ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସଂଯୋଜିକା ସୁଶ୍ରୀ ମମତା ପାଢୀ ଯୋଗଦେଇ ତମାଖୁ ସେବନର ବ୍ୟବହାର , ଅପକାରିତା ଓ ଏହାର ନିରାକରଣ ବ୍ୟବସ୍ଥା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏନ୍ ଗଣେଶ କମ୍ପୁଟର୍ ଡାଟା ଏନ୍‌ଟ୍ରି ପ୍ରୋଜେକ୍‌ଟର୍ ମାଧ୍ୟମରେ ତମାଖୁ ସେବନ ଜନିତ ରୋଗ ଗୁଡିକର ପ୍ରମାଣିକ ଆଲୋକ ଚିତ୍ର ପ୍ରଦର୍ଶନ ମାଧ୍ୟମରେ ଛାତ୍ରୀମାନଙ୍କୁ ସଚେତନ କରାଇବାରେ ସାହାଯ୍ୟ କରିଥିଲେ । ଏହାପରେ ଉପସ୍ଥିତ ଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରଶ୍ନୋତ୍ତୋର କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସୁଶ୍ରୀ ମମତା ବେହେରା , (ତୃତୀୟ ବର୍ଷ ) ପ୍ରଥମ ସ୍ଥାନ , ସୁଶ୍ରୀ ପୂଜା ବିଶ୍ବାଳ (ପ୍ରଥମ ବର୍ଷ) ଦ୍ବିତୀୟ ସ୍ଥାନ , ସୁଶ୍ରୀ ସରିତା ଭୋଳ (ପ୍ରଥମ ବର୍ଷ) ଏବଂ ସୁଶ୍ରୀ ସୁଚିତ୍ରା ଦେବୀ ଯଥାକ୍ରମେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରମୁଖ କୃତୀ ଛାତ୍ରୀଙ୍କୁ ମେମେଣ୍ଟୋ ଓ ମାନପ‌ତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ସ୍ନାତକ ମହାବିଦ୍ୟାଳୟକୁ “ତମାଖୁ ମୁକ୍ତ କଲେଜ” ଭାବେ ଘୋଷଣା କରାଯାଇ ଅଧ୍ୟକ୍ଷା ଡଃ ରୀନା ସାହୁଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି ଭଳି କାର୍ଯ୍ୟକ୍ରମ ଆଗାମୀ ପିଢୀର ଛାତ୍ରୀମାନଙ୍କୁ ବେଶ୍ ମାର୍ଗଦର୍ଶନ କରିବ ବୋଲି ଡଃ ରୀନା ସାହୁ ଉତ୍ସାହର ସ‌ହ ତାଙ୍କ ବକ୍ତବ୍ୟ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ ।

Exit mobile version