ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ବଦଳୁଛି ଏକାମ୍ର ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ ! ତେବେ ସମସ୍ତ ହଲଚଲ କେବଳ ବିଜେଡି ଶିବିରରେ ଦେଖିବାକୁ ମିଳୁଛି ! ମହାନଗର ନିଗମ ନିର୍ବାଚନ ପର ଠାରୁ କଂଗ୍ରେସ ସଂପୂର୍ଣ୍ଣ ଶୋଇଯାଇଥିବା ସମୟରେ , ମେଣ୍ଟର ଦ୍ଵନ୍ଦ କୁ ନେଇ ବିଜେପି ମଧ୍ୟ ନୀରବ ! ଅନ୍ୟ ପକ୍ଷରେ ବିଜେଡିରେ ବଢ଼ିବାରେ ଲାଗିଛି ଅଶୋକ ବିରୋଧୀ ଦ୍ୱେଷ ! ବିଜେଡି କର୍ମୀ ଚାଁହୁଛନ୍ତି ନୂଆ ଚେହେରା , ଗତ ନୂଆ ବର୍ଷ ଠାରୁ ନିଜର ଅଭିଯାନ ଜାରି ରଖିଥିବା ଯୁବନେତା ତଥା କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଙ୍କ ପ୍ରତି ବଢ଼ିବାରେ ଲାଗିଛି ଜନ ସମର୍ଥନ ! ଗତ ଫେବୃଆରୀ ୨୫ ତାରିଖରେ ବନ୍ଧୁମିଳନ ଆୟୋଜନ କରି , ବିଶାଳ ସମାବେଶରେ ପୋତା ଯାଇଥିଲା ଅଶୋକ ବିରୋଧୀ ମଞ୍ଜି ! ଛାତ୍ର , ଯୁବକ , ମହିଳା , ବରିଷ୍ଠ ନାଗରିକ ଏବଂ ବସ୍ତି ବାସିନ୍ଦା ଙ୍କ ସମର୍ଥନ ପାଇ ମଞ୍ଜି ଅଙ୍କୁରି ଗଲାଣି ! ପ୍ରାୟତଃ ଦଳୀୟ କର୍ମୀ ଏବଂ ସାଧାରଣ ଲୋକଙ୍କ ମୁଁହରେ ବିରଞ୍ଚି ନାରାୟଣଙ୍କ ପ୍ରତି ସମର୍ଥନର ଭାଷା ! ଜାଗର ଯାତ୍ରା ମଞ୍ଚରେ ବିଧାୟକ ଅଶୋକ ପଣ୍ଡାଙ୍କୁ ଆଡେଇ ଦେଇ ନିଜର ବକ୍ତବ୍ୟ ରଖିଥିଲେ ବିରଞ୍ଚି ମହାସୁପକାର ! ଏ ମଧ୍ୟରେ ଅନେକ ସାଙ୍ଗଠନିକ କାର୍ଯ୍ୟକ୍ରମ ହୋଇଥିବା ସମୟରେ ଆଜି ପୁର୍ନବାର ଆୟୋଜିତ ହୋଇଥିଲା ବନ୍ଧୁମିଳନ ସମାବେଶ ! ଏକାମ୍ର ବିଜେଡି ର ଅନେକ ଆଗଧାଡିର କାର୍ଯ୍ୟକର୍ତ୍ତା ଙ୍କ ଉପସ୍ଥିତି ସୂଚାଉ ଅଛିଯେ , ଏଥର ଅଶୋକ ହଟିବା ଟା ନିଶ୍ଚିତ ! ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦ , ରାଜେନ୍ଦ୍ର ସମର୍ଥା , ମଳୟ ମହାପାତ୍ର , ବିଜେଡି ନେତା ତଥା କର୍ପୋରେଟର ଅମରେଶ ଜେନା ମଞ୍ଚରେ , ଖୋଲାଖୋଲି ଭାବରେ ଦେଇଥିଲେ ଏକାମ୍ର ବିଜେଡି ର ନେତୃତ୍ୱ ପରିବର୍ତ୍ତନ ର ଆହ୍ୱାନ !
ଏକାମ୍ର ବିଜେଡି ଟିକେଟ ପାଇଁ ବିରଞ୍ଚିଙ୍କ ଜୋରଦାର କସରତ !!!

