Site icon Awaj Media

ଆନ୍ଦୋଳନ ଜାରି ରଖିଛନ୍ତି ଅଲ ଓଡିଶା ଭିଆରପି ସଂଘର ସଦସ୍ୟ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ନା ମିଳିଛି ମାନ୍ୟତା , ନା ମିଳୁଛି ନିୟମିତ ଦରମା ! କେବଳ କାମ ପଡିଲେ ଖୋଜା ହେଉଛି ! ଏପରି ଅଭିଯୋଗ ଆଣି ଧାରଣା ସ୍ଥଳୀରେ ଆନ୍ଦୋଳନ ଜାରି ରଖିଛନ୍ତି ଅଲ ଓଡିଶା ଭିଆରପି ସଂଘର ସଦସ୍ୟ ! ଏପରିକି କାମ କରିବା ପାଇଁ ନିର୍ଦ୍ଦିଷ୍ଟ ଘର ଟିଏ ମଧ୍ୟ ନାହିଁ ! କେଉଁଠି ଗଛ ମୂଳେ ତ , ଆଉ କେଉଁଠି କାହା ଘର ବାରଣ୍ଡାରେ ବସି କାମ କରିବାକୁ ପଡୁଛି ! ପଂଚାୟତ କାର୍ଯ୍ୟାଳୟରେ କିମ୍ବା ବ୍ଲକ ରେ ନିର୍ଦ୍ଦିଷ୍ଟ ସ୍ଥାନ ଯୋଗାଇଦେବାକୁ ହେଉଛି ଦାବୀ ! ରାଜ୍ୟ ସରକାର ଦେଉଛନ୍ତି ମା କୁ ସମ୍ମାନ ର ନାରା , ହେଲେ ସରକାର ଏବଂ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥିବା ମା ମାନେ ଆଜି ରାଜରାସ୍ତାରେ ବସିଛନ୍ତି ବୋଲି କ୍ଷୋଭର ସହିତ କହିଛନ୍ତି ଆନ୍ଦୋଳନକାରୀ ! ଆଗକୁ ଆସୁଛି ନିର୍ବାଚନ , ସବୁ ପ୍ରକାର ବର୍ଗକୁ ସନ୍ତୁଷ୍ଟ କରିବା ପାଇଁ , ସରକାର କିଛି ନ କିଛି ଘୋଷଣା କରୁଛନ୍ତି ! ସେମାନେ ମଧ୍ୟ ସରକାର ଙ୍କ ଠାରୁ କିଛି ଆଶ୍ୱାସନା ପାଇବେ ବୋଲି ଆଶା ରଖିଛନ୍ତି ଭିଆରପି ସଂଘର ସଦସ୍ୟ !

Exit mobile version