Site icon Awaj Media

ଶୁଭ୍ରାଂଶୁ ଙ୍କ ପରିବାରକୁ ନ୍ୟାୟ ଦାବୀରେ ଅଣ୍ଟା ଭିଡିଲା ଓଡ଼ିଶା ସମାଜସେବୀ ମହାସଂଘ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଶୁଭ୍ରାଂଶୁ ଙ୍କ ପରିବାରକୁ ନ୍ୟାୟ ଦାବୀରେ ଅଣ୍ଟା ଭିଡିଲା ଓଡ଼ିଶା ସମାଜସେବୀ ମହାସଂଘ । କଟକ ବଡ଼ ମେଡ଼ିକାଲରେ ଅସ୍ତି ମଜ୍ଜା ଅପରେସନ ହୋଇଥିବା କର୍କଟ ପୀଡିତ ବାଳକ ଶୁଭ୍ରାଂଶୁ ସବ୍ୟସାଚୀ ସାହୁଙ୍କ ମୃତ୍ୟୁ ଉପରେ କଟକ ବଡ଼ ମେଡ଼ିକାଲ ର ମିଥ୍ୟା ସମ୍ବାଦ ପ୍ରକାଶିତ ଘଟଣାକୁ ନେଇ ଗାନ୍ଧୀ ମାର୍ଗରେ ଓଡିଶା ସମାଜସେବୀ ମହାସଙ୍ଗ ର ଏକ ଦିବସିୟ ପ୍ରତିବାଦ ! ଶୁଭ୍ରାଂଶୁଙ୍କର ମୃତ୍ୟୁର କାରଣ ନେଇ ମିଥ୍ୟା ଖବର ପ୍ରକାଶିତ କରିଥିବା ଘଟଣାକୁ ମହାସଙ୍ଘ ଦୃଢ଼ ନିନ୍ଦା କରିବା ସହ ସରକାରଙ୍କୁ ଦାବି କରିଥିଲା ଯେ ଶୁଭ୍ରାଂଶୁଙ୍କ ମୃତ୍ୟୁ ସତ୍ୟାସତ୍ୟ ଲୋକଲୋଚନ କୁ ଆସୁ । ଭୁଲ ଅପରେସନ କରିଥିବା ଓ ମିଥ୍ୟା ରିପୋର୍ଟ ଦେଇଥିବା ଡାକ୍ତରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଓ ଅପରେଶନ ନାଁ ରେ ଏକ୍ସପେରିମେଣ୍ଟ କରି , ରାଜ୍ୟରେ ବାଃ ବାଃ ନେଇଥିବା ରାଜ୍ୟ ସରକାର ଶୁଭ୍ରାଂଶୁଙ୍କ ପରିବାର କୁ କ୍ଷତିପୂରଣ ସ୍ୱରୂପ ପଚାଶ ଲକ୍ଷ ଟଙ୍କା ପ୍ରଦାନ କରନ୍ତୁ ! ପ୍ରତିବାଦ ସଭା ରେ ମହାସଙ୍ଘ ଏହି ଦାବି ରଖିଥିଲା । ପ୍ରତିବାଦ ସଭାରେ ଶୁଭ୍ରାଂଶୁଙ୍କ ବାପା ସନାତନ ସାହୁ, ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝା, ସମାଜସେବୀ ମନସ୍ମିତା ଜେନା, ଲିପିକା ରାୟ, ଲକ୍ଷ୍ମଣ ଦାସ, ଅଲେଖ ଚନ୍ଦ୍ର ଜେନା, ପ୍ରତାପ ସାହୁ, ଅଭିନାସ ଦାସ, ପ୍ରିୟା ପ୍ରିୟର୍ଦଷନୀ ମହାପାତ୍ର, ଶ୍ରୀକାନ୍ତ ମିଶ୍ର, ସଂଗ୍ରାମ ବଳିଆରସିଂ, ନିରଞ୍ଜନ ସାହୁ, ସ୍ୱର୍ଣ୍ଣଲତା ସାହୁ, ଶିବୁ ପଟ୍ଟନାୟକ, ଭୁବନାନନ୍ଦ ସାମନ୍ତ, ନଟବର ମହାରଣା ପ୍ରମୁଖ ଯୋଗଦାନ କରିଥିଲେ ।

Exit mobile version