Site icon Awaj Media

ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲାଇଲାଇ ପଞ୍ଚାୟତର କୁମୁଣ୍ଡା ଗ୍ରାମର ଶତାଧିକ ଲୋକ ଧାରଣା ଓ ବିକ୍ଷୋଭରେ ବସିଥିବାର ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅନ୍ତର୍ଗତ ଲାଇଲାଇ ପଞ୍ଚାୟତର ଚାରଟି ଗାଁ ଲୋକେ ତଥା କୁମୁଣ୍ଡା,ତଳକୁମୁଣ୍ଡା,ଚାଞ୍ଚଡା ସାହି,ବୁଡୁ ସାହି ଜନ ସାଧାରଣ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଠାରୁ ଆରମ୍ଭ କରି ପୋଷ୍ଟଲ କାର୍ଯ୍ୟ ସହ ଅନ୍ୟାନ୍ୟ କାର୍ଯ୍ୟ ସକାଶେ ଗଣ୍ଡାହାତୀ ଗ୍ରାମ ଉପରେ ନିର୍ଭରକରନ୍ତି।ଏହି କୁମୁଣ୍ଡା ଗ୍ରାମ ଠାରୁ ଗଣ୍ଡାହାତୀକୁ ଭାୟା ଚାଞ୍ଚଡ଼ା ସାହି ରାସ୍ତା ଶୋଚନୀୟ ହୋଇଛି। ଲାଇଲାଇ ଗ୍ରାମ‌ପଞ୍ଚାୟତର କୁମୁଣ୍ଡା ଗ ଠାକିନ୍ତୁ କୁମୁଣ୍ଡା ଗ୍ରାମ ଠାରୁ ଗଣ୍ଡାହାତୀର ଦୂରତା ପ୍ରାୟ ୪କି.ମି. ହୋଇଥିଲେ ମଧ୍ୟ କେବଳ NREGA ରାସ୍ତାଟି ହୋଇଥିବାରୁ ପାହାଡ଼ ଅଞ୍ଚଳରେ ବର୍ଷା ହେଲେ ଧୋଇ ହୋଇଯାଉଛି । ପକ୍କା ରାସ୍ତା ଖଣ୍ଡେ ନଥିବାରୁ ବହୁତ ଅସୁବିଧା ହେବାକୁ ପଡୁଛି ଏବଂ ଅସୁବିଧା ସ୍ଥଳେ ପ୍ରାୟ ୧୪କି.ମି. ରାସ୍ତା ବୁଲି ଯିବାକୁ ପଡ଼ୁଛି । ତେଣୁ ଏହି ରାସ୍ତା ପାଇଁ ଜିଲ୍ଲାପାଳଙ୍କ ଜନ ଅଭିଯୋଗରେ ଅଭିଯୋଗ ଦେଲେ ମଧ୍ୟ କୈାଣସି ସୁଫଳ ମିଳିନଥିଲା। ତେଣୁ ବାଧ୍ୟହୋଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ବିକ୍ଷୋଭରେ ବସିଥିବା ଦେଖିବାକୁ ମିଳିଛି ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

Exit mobile version