Site icon Awaj Media

ବାଣପୁର ର ବରିଷ୍ଠ ସମାଜସେବୀ ଙ୍କ ବିୟୋଗରେ ଶୋକର ଛାୟା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତର ସତ୍ୟନାରାୟଣ ମହାପାତ୍ର ବିୟୋଗରେ ଶୋକର ଛାୟା ଖେଳିଯାଇଛି ! ସେ ଜଣେ ଭଲ ଚିକିତ୍ସକ ଥିଲେ, ବାଣପୁର, ଗମ୍ଭାରୀମୁଣ୍ଡା, ବାଲୁଗାଁ, ଦଶପଲ୍ଲା, ଗଣିଆ ମେଡିକାଲ ରେ ଉତ୍ତମ ଚିକିତ୍ସକ ଭାବେ ଜଣା ଶୁଣାଥିଲେ ! ଅବସର ପରେ ସମାଜସେବୀ ଭାବେ ଅନେକ ସମାଜସେବା କରିଛନ୍ତି, ଆଜି ତାଙ୍କର ବିୟୋଗ ରେ ବାଣପୁର କୁମାରାଙ୍ଗ ଶାସନ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ! ବାଣପୁର, କୁମାରାଙ୍ଗ ଶାସନ ଗ୍ରାମ ପଞ୍ଚାୟତର ଜନସାଧାରଣ ଏବଂ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ମନୋଜ କୁମାର ପ୍ରଧାନ ଆସି ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ଏହି ଦୁଃଖଦ ସମୟରେ ତାଙ୍କ ପରିବାର ବର୍ଗଙ୍କୁ ସାହସ ଏବଂ ସାନ୍ତ୍ୱନା ଦେଇଥିଲେ ।

Exit mobile version