Site icon Awaj Media

ନୟାଗଡ ବିଜେପି ର ବିଶାଳ ବାଇକ ଶୋଭାଯାତ୍ରା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ରେ ବିଜେପି ତରଫରୁ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ଏବଂ ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ବିଶାଳ ବାଇକ ରୋଡ଼ସୋ । ଏହି ଶୋଭାଯାତ୍ରା ଘଡୁଆଳ ପେଟ୍ରୋଲ ପମ୍ପ ଠାରୁ ବାହାରି ନୟାଗଡ଼ ମୁଖ୍ୟ ରାସ୍ତା ଦେଇ ଚଣ୍ଡୀବସ୍ତ ପର୍ଯ୍ୟନ୍ତ ଯାଇଥିଲା । ଏହି ବାଇକ ରୋଡ଼ସୋରେ ଶତାଧିକ କର୍ମୀ ଭାଗ ନେଇଥିବାର ଦେଖିବାକୁ ମିଳିଥିଲା । କର୍ମୀ ମାନେ ବିଜେପିର ସ୍ଲୋଗାନ କରି ଆଗାମୀ ଦିନରେ ନୟାଗଡ଼ରେ ପରିବର୍ତନ ଆଣିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଉଥିଲେ । ଏହି ବିଶାଳ ରୋଡ଼ସୋ ରେ ରାଣୀ ପ୍ରତ୍ୟୁଷା ଓ ସମ୍ବିତ ପାତ୍ରଙ୍କୁ ଜନସାଧାରଣ ଆଶୀର୍ବାଦ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିବା ସହ ଆଗାମୀ ନିର୍ବାଚନରେ ନୟାଗଡ଼ରେ ପରିବର୍ତନ ହେବ ବୋଲି ସାଧାରଣରେ ଚର୍ଚା ଜୋର ରେ ହେଉଅଛି । ଆୟୋଜିତ କାର୍ଯ୍ୟକ୍ରମରେ ନୟାଗଡ଼ ବିଧାନ ସଭା କ୍ଷେତ୍ରର ଆଗ ଧାଡ଼ିର ନେତୃବୃନ୍ଦ ଯୋଗ ଦେଇଥିଲେ ।

Exit mobile version