ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା କନଫେରେନ୍ସ ହଲ ଠାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବଳରାମ ସୁବୁଦ୍ଧି ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ଡକ୍ଟର ସୁଶାନ୍ତ ରଞ୍ଜନ ଦାଶ ଉପ ନିର୍ଦ୍ଦେଶକ ପ୍ରାଣୀ ସମ୍ପଦ ଅଧିକାରୀ ଡକ୍ଟର ବିଦ୍ୟୁତ ମିଶ୍ର ଉପ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ରଶ୍ମି ରେଖା ନାୟକ ପ୍ରମୁଖ ମଞ୍ଚାସିନ ଥିଲେ।ବିଭିନ୍ନ ବ୍ଳକରୁ ଆସିଥିବା ବ୍ଳକ ସ୍ତରୀୟ କୃଷି ଓ ଆନୁସଙ୍ଗୀକ ବିଭାଗର ଅଧିକାରୀ ଏବଂ ସର୍ବୋପରି 2023- 24 ବର୍ଷ ପାଇଁ ଅନୁମୋଦିତ IFS ର 52ରୁ ଉର୍ଦ୍ଧ୍ବ ଗୁମ୍ମା, କାଶୀ ନଗର, ଗୋଶାଣୀ, ରାୟଗଡ ବ୍ଳକ କୃଷକ ଭାଇ ଓ ଭଉଣୀ ଉପସ୍ଥିତ ରହିଥିଲେ।ସମନ୍ୱିତ କୃଷି ଯୋଜନା ଅନ୍ତର୍ଗତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ବୃହଦ, ମଧ୍ୟମ ଏବଂ କ୍ଷୁଦ୍ର IFS ମଡେଲ ତିଆରି କରିବା ନିମନ୍ତେ ଉଦ୍ଧିଷ୍ଟ ଏହି ଦ୍ୱିତୀୟ ପର୍ଯ୍ୟାୟ କୃଷକ ତାଲିମ ଶିବିର ମାଧ୍ୟମରେ କୃଷକ ମାନଙ୍କୁ ଯୋଜନା ଅନ୍ତର୍ଗତ ବିଭିନ୍ନ ପର୍ଯ୍ୟାୟରେ ଥିବା କାର୍ଯ୍ୟକ୍ରମ ସରକାରଙ୍କ ରିହାତି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି ଯୋଜନାରେ ସାଧାରଣ ବର୍ଗର ଚାଷିଙ୍କ ପାଇଁ ଅନୁମୋଦିତ ଅଟକଳ ମୂଲ୍ୟର 40% ପ୍ରତିଶତ ସରକାରୀ ସହାୟତା ଏବଂ ମହିଳା ଅନୁସୂଚିତ ଜାତି ଓ ଜନଜାତି ବର୍ଗର କୃଷକ ମାନଙ୍କ ପାଇଁ 50% ପ୍ରତିଶତ ସରକାରୀ ସହାୟତାର ବ୍ୟବସ୍ଥା ରହିଛି।ପରିବର୍ତିତ ଜଳବାୟୁ ସହନଶୀଳ କୃଷି ଏବଂ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଦ୍ବାରା କୃଷକ ମାନଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ସମନ୍ୱିତ କୃଷି ପ୍ରଣାଳୀ ଯୋଜନା ବର୍ତ୍ତମାନ ଗଜପତି ଜିଲ୍ଲାର 98 ଜଣ କୃଷକ ମାନଙ୍କୁ ନେଇ କାର୍ଯ୍ୟକାରୀ ହୋଇଅଛି।


