Site icon Awaj Media

ମା ପିଠଣିଆ ପୀଠରେ କଂଗ୍ରେସର କର୍ମୀ ସମ୍ମିଳନୀ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମା ପିଠଣିଆ ପୀଠରେ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ ! ୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତି ମହଲ ସେତେ ଗରମ ହେବାର ଲାଗିଛି । ଏନେଇ ତିନି ପ୍ରମୁଖ ଦଳ ନିଜ ନିଜ ସ୍ଥିତି ମଜବୁତ କରିବା ପାଇଁ କିଏ ପଞ୍ଚାୟତ ସ୍ତରୀୟ ସାଧାରଣ ବୈଠକ କରୁଛନ୍ତି ତ ଆଉ କିଏ ଦଳକୁ ସଙ୍ଗଠିତ ରଖିବା ପାଇଁ କର୍ମୀ ସମ୍ମିଳନୀ କରୁଛନ୍ତି । ସୁକିନ୍ଦା ବ୍ଲକ ଅନ୍ତର୍ଗତ ହରିପୁର ସ୍ଥିତ ମା ପିଠଣିଆ ପୀଠରେ ସୁକିନ୍ଦା କଂଗ୍ରେସ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସର ଦଳର ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଶରତ ରାଉତ ଯୋଗଦେଇ ୨୫ ବର୍ଷର ଅପାରଗ ସରକାର, ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଥିବା ପ୍ଲାଣ୍ଟ ଏବଂ ଖଣି ଖାଦାନ ଭରା ସୁନାର ସୁକିନ୍ଦାରୁ ଖଣିଜ ସମ୍ପଦ ଲୁଟ କରି ନିଜର ସାମ୍ରାଜ୍ୟ ବିସ୍ତାର କରିବା, ସାଧାରଣ ଭୋଟରଙ୍କୁ କିପରି ଠାକୁଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ । ପରେ ସୁକିନ୍ଦା ବ୍ଲକର କଂଗ୍ରେସ ଯୁବ ନେତା ସୁରଜିତ ରାଉତ ନିଜ ଭାଷଣରେ କହିଥିଲେ କି ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଜିତିବା ପରେ କଂଗ୍ରେସର ଗ୍ୟାରେଣ୍ଟି ୯ ଗୋଟି ଦାବି ଅଛି ଯାହା କଂଗ୍ରେସ ପୁରଣ କରିବ । ଆଜିର ବିଶେଷ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କ ସହିତ କଂଗ୍ରେସ ନେତା ସୁରଜିତ ରାଉତ, ରାଇଚାରଣ ମହାନ୍ତି, ସ୍ୱପ୍ନା ବେହୁରା, ମହେନ୍ଦ୍ର ଦାସ , ଅନୁପ କୁମାର ନାଏକ,ଜନ୍ମଞ୍ଜୟ ବଳସାମନ୍ତ, ବିଭୁଭୂଷଣ ରାଉତ, କୃପାସିନ୍ଧୁ ସାମନ୍ତରାୟ,ହରିହର ପାଣିଗ୍ରାହି, ସୁଧାଂଶୁ ଶେଖର ସାହୁ, ମାଗୁଣି ଚରଣ ଜେନା , ସନ୍ତୋଷ ମିଶ୍ର, ସ୍ୱର୍ଣଲତା ବାନରା, ଗୀତା ମହାନ୍ତ,ହିନ୍ଦୁ ଜାମୁଦାଙ୍କ ସହିତ ସୁକିନ୍ଦା ଓ ଦାନଗଦି ଅଞ୍ଚଳର ବହୁ ବରିଷ୍ଠ କଂଗ୍ରେସ କର୍ମୀଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବହୁ କଂଗ୍ରେସ କର୍ମୀ ଯୋଗଦେଇ ଆଗମୀ ନିର୍ବାଚନ ସମ୍ବଦ୍ଧରେ ବିଭିନ୍ନ ବିଶେଷ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା ।

Exit mobile version