Site icon Awaj Media

ସିଲଭର ଗାନ୍ଧୀ ଅଫ ଇଣ୍ଡିଆ ପୁସ୍ତକ ଲୋକାର୍ପିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସ୍ଵଛ ଭାରତ ଅଭିଯାନ ର ବାର୍ତ୍ତା ଦେଇ ସାରା ଭାରତ ବର୍ଷ ପଦଯାତ୍ରା ମାଧ୍ୟମରେ ସଚେତନତା ସୃଷ୍ଟି କରିଥିବା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗର ଛାତ୍ର ମୋହନ ମହାପାତ୍ର ଓରଫ ସିଲଭର ଗାନ୍ଧୀ ଉପରେ ଭୁବନେଶ୍ୱର ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟ୍ଟଶାଣୀଙ୍କ ରଚିତ ପୁସ୍ତକ ଜୟଦେଵ ଭବନ ପ୍ରଦର୍ଶନୀ କକ୍ଷଠାରେ ଲୋକାର୍ପିତ ହୋଇଯାଇଛି । ଓଡିଶା ସମାଜସେବୀ ମହାସଙ୍ଘ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଡ଼ଃ ପ୍ରସନ୍ନ ପାଟଶାଣୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଉ ଜଣେ ମୋହନ ଆଉ ଜଣେ ଗାନ୍ଧୀ ଉପରେ ଆଲୋକପାତ କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜଟଣୀ ବିଧାୟକ ସୁର ରାଉତରାୟ, ସମାଜସେବୀ ମୀରା ପରିଡା, ମହାସଙ୍ଘ ରାଜ୍ୟ ମହିଳା ସଭାପତି ଡ଼. ବନ୍ଦନା ହରିଚନ୍ଦନ, କଣ୍ଠଶିଳ୍ପୀ ଡ଼ଃ ଜୟଶ୍ରୀ ଧଳ, ସମାଜସେବୀ ମନସ୍ମିତା ଜେନା, ମାନି ପଣ୍ଡା, ମାନସ ବସ୍ତିଆ, ଭାଟିଆ ବାବୁ, ଜନନେତା ବିଜୟ ପରିଡା, ସାମ୍ବାଦିକ ଲିଙ୍ଗରାଜ ସାହୁ, ଅଶ୍ୱନି ପତି, କିଶନ ବରାଇ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ମହାସଙ୍ଘ ର ରାଜ୍ୟ ସଭାପତି ବାପୁ ଓଝା । ତନ୍ମୟ ସାମନ୍ତରାୟ, ମାନସ ରଞ୍ଜନ ସାହୁ, ନିରଞ୍ଜନ ସାହୁ, ଦେବପ୍ରସାଦ ମେର୍କାପ, ଚିତ୍ତରଂଜନ ଦାସ, ପ୍ରମୋଦ ପତି, ଡ଼ି ସନ୍ତୋଷ, ମିର ମହମ୍ମଦ ଅଲ୍ଲୀ, ଭୁବନାନନ୍ଦ ସାମନ୍ତ ପ୍ରମୁଖ ମହାସଙ୍ଘ ର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Exit mobile version