Site icon Awaj Media

ନିର୍ବାଚନ ଆଦର୍ଶ ଆଚରଣ ବିଧି ପାଳନ ପାଇଁ ପତ୍ର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣ ଵିଧି କାର୍ଯ୍ୟକାରୀ ହେବା ପରେ ନୟାଗଡ ଜିଲ୍ଲା ର ସମସ୍ତ ବ୍ଲକ, ମୁନିସିପାଲିଟି, ଏନଏସି ସମେତ ବିଭିନ୍ନ ଯାନ୍ତ୍ରିକ ଲାଇନ ବିଭାଗ ଯଥା ପୂର୍ତ୍ତ, ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ଡ୍ରେନେଜ ଇତ୍ୟାଦି ମୃତିକା ସଂରକ୍ଷଣ କାର୍ଯ୍ୟାଳୟ ରୁ ଉନ୍ନୟନ ମୂଳକ କାର୍ଯ୍ୟ ସଂକ୍ରାନ୍ତୀୟ ରେଜିଷ୍ଟର ଯଥା ଈସୁ, ଡେସପାଚ, କାର୍ଯ୍ୟାଦେଶ, ଏଗ୍ରିମେଣ୍ଟ ନଥିପତ୍ର ଆଜି ତୁରନ୍ତ ଜବତ କରିବା ପାଇଁ ଆଜି ଦେଶର ମୁଖ୍ୟ ନିର୍ବାଚନ କମିଶନ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ନୟାଗଡ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କୁ ପତ୍ର ଲେଖି ଜଣାଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ l ଯଦି ଏସବୁ ନଥିପତ୍ର ଜିଲ୍ଲପାଳ ଆଜି ଜବତ ନକଲେ ଆଦର୍ଶ ଆଚରଣ ଵିଧି କାର୍ଯ୍ୟକାରିତା ତଥା ସ୍ୱଚ୍ଛତା ଭିତ୍ତିରେ ନିର୍ବାଚନ ପରିଚାଳନା ନେଇ ସନ୍ଦେହ ସମ୍ଭାବନା କୁ ଅସ୍ବୀକାର କରାଯାଇ ପାରିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ ପତ୍ରରେ ଉଲ୍ଲେଖ କରାଯାଇଛି l

Exit mobile version