ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବିଜେପି ଯୁବନେତା ଉତ୍କଳ ପଟେଲ ଙ୍କ ଦେହାନ୍ତ , ମରଶରୀର କୁ କାନ୍ଧ ଦେଲେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ଭାରତୀୟ ଜନତା ପାର୍ଟିର ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ସାପଲହର ଗ୍ରାମର ଜଣେ ସକ୍ରିୟ ଯୁବନେତା ଉତ୍କଳ ପଟେଲ ଙ୍କ ୩୮ ବର୍ଷ ବୟସରେ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଯାଇଛି । ଆଜି ସକାଳେ ମରଶରୀର ପହଞ୍ଚିବା ପରେ ନିଜ ଗାଁ ସାପଲହର ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ଅନ୍ତିମ ସଂସ୍କାର ସମୟରେ ଗାଁ ର ଓ ବିଜେପି ର ଶହ ଶହ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ । ତାଙ୍କ ପରିବାର ବର୍ଗଙ୍କ ସହ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଶବକୁ କାନ୍ଧ ଦେଇଥିଲେ । ୮ ମ ଶ୍ରେଣୀରେ ପାଠ ପଢୁଥିବା ଉତ୍କଳ ପଟେଲଙ୍କ ପୁଅ ବାପା ଙ୍କ ମର ଶରୀର ରେ ମୁଖାଗ୍ନି ଦେଇଥିଲେ ।
ବିଜେପି ଯୁବନେତା ଉତ୍କଳ ପଟେଲ ଙ୍କ ଦେହାନ୍ତ !!!

