Site icon Awaj Media

ବିଧାୟକଙ୍କ ପ୍ରତିନିଧିଙ୍କୁ ନେଇ ଏଏଚଆରସିସି ଆଶାବାଦୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନୂତନ ବିଧାୟକଙ୍କ ପ୍ରତିନିଧି ଭାବେ ନିଯୁକ୍ତ ହେଲେ ଜଣାଶୁଣା ସମାଜସେବୀ ଡ଼ ବ୍ୟୋମକେଶ କାନୁନଗୋ। ଚିକିତ୍ସା କ୍ଷେତ୍ରରେ ଏହା ସହାୟକ ହେବ ଏବଂ ରୋଗୀ ଓ ସମ୍ପର୍କୀୟ ଉପକୃତ ହେବେ ବୋଲି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦେଶକ କ୍ୟାପଟେନ ଡ଼ ଦୀପକ ରାଉତରାୟ କହିଛନ୍ତି । ନୂତନ ବିଧାୟକଙ୍କ ପ୍ରତିନିଧି ଭାବେ ନିଯୁକ୍ତ ହେଲେ ଡ଼ ବ୍ୟୋମକେଶ କାନୁନଗୋ ! ଜଣେ ସମାଜସେବୀ ଏବଂ ଯାହାକୁ ନେଇ ଏଏଚଆରସିସି ଖୁବ ଆଶାବାଦୀ । ଡ ବ୍ୟୋମକେଶ କାନୁନଗୋଙ୍କୁ କେନ୍ଦ୍ର ପରିସରରେ ପାଇ ଆମେ ଅତ୍ୟନ୍ତ ଖୁସି ଓ ତାଙ୍କ ଉପସ୍ଥିତି ପ୍ରତିଟି କ୍ୟାନ୍ସର ପେସେଣ୍ଟ ପାଇଁ ଗୁରୁତ୍ୱପୂର୍ଣ୍ଣ ଓ ଖୁସିର ବିଷୟ ମଧ୍ୟ, ବିଶେଷ କରି ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ । ସେହିପରି ଡ଼ ବ୍ୟୋମକେଶ କାନୁନଗୋ କହିଛନ୍ତି ଯେ ମୋତେ ସରକାରଙ୍କ ପକ୍ଷରୁ ଯେଉଁ ପଦ ଦିଆଗଲା ମୁଁ ସେଥିପାଇଁ ଗର୍ବିତ ଆଉ ନିଜକୁ ଭାଗ୍ୟବାନ ମନେ କରୁଛି । ମୁଁ ସରକାରଙ୍କ ପ୍ରତି ମୋ ଦାୟିତ୍ୱ ସଠିକ ରୂପେ ତୁଲାଇବା ପାଇଁ ଅପ୍ରାଣ ଉଦ୍ୟମ କରିବି । ଏଠାକୁ ଆସୁଥିବା ପ୍ରତିଟି କ୍ୟାନ୍ସର ପେସେଣ୍ଟ ମୋ ପରିବାର ସଦସ୍ୟ । କ୍ୟାନ୍ସର ଭଳି ମାରାତ୍ମକ ରୋଗ ମୋ ପରିବାର ପାଇଁ ଥରେ ନୁହେଁ ଦୁଇଦୁଇ ଥର ଘାତକ ସାବ୍ୟସ୍ତ ହୋଇଛି । ଏହି ରୋଗ ମୋ ଠାରୁ ମୋ ମା ଆଉ ଭାଇଙ୍କୁ ସବୁଦିନ ପାଇଁ ଛଡାଇ ନେଇଛି । ତେଣୁ ଏହି ରୋଗ ଅନ୍ୟ କାହା ପାଇଁ ଘାତକ ସାବ୍ୟସ୍ତ ନହେଉ ସେଥିପାଇଁ ମୁଁ ନିରନ୍ତର ଉଦ୍ୟମ କରିବି । ଏହି ପରିପ୍ରେକ୍ଷୀରେ ଡ଼ ବ୍ୟୋମକେଶ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ଡ଼ ପ୍ରଭାତ ରଞ୍ଜନ ବିଶ୍ୱାଳ, ବିଧାୟକ ସୌଭିକ ବିଶ୍ୱାଳଙ୍କୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତେବେ କାର୍ଯ୍ୟର ପ୍ରଥମ ଦିନରେ ବିଧାୟକଙ୍କ ପ୍ରତିନିଧି ହସ୍ପିଟାଲ ବୁଲି ଦେଖିଥିବା ସହ ରୋଗୀ, ସମ୍ପର୍କୀୟ ଓ ହସ୍ପିଟାଲ କର୍ମଚାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ! ଯାହା କିଛି ସମସ୍ୟା ରହୁଛି ସେଥିପ୍ରତି ଯଥାଶୀଘ୍ର ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି ।

Exit mobile version