Site icon Awaj Media

କାଳିଆପାଣି ଶ୍ରମିକ ସଂଘ କାର୍ଯ୍ୟାଳୟରେ ଅନ୍ୟ ଦଳର କର୍ମୀ ବିଜୁ ଜନତା ଦଳରେ ସାମିଲ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଶ୍ରମିକ ସଂଘ କାର୍ଯ୍ୟାଳୟରେ ଅନ୍ୟ ଦଳର କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଓଡ଼ିଶା ବାସୀଙ୍କ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ଦୃଢ଼ ନେତୃତ୍ୱରେ ଏବଂ ମାନ୍ୟବର ମନ୍ତ୍ରୀ ଇଂ ପ୍ରିତୀରଞ୍ଜନ ଘଡ଼ାଇଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ସୁକିନ୍ଦା ବ୍ଲକ ଅନ୍ତର୍ଗତ କଂଅସ ପଞ୍ଚାୟତର ସାରୁଆବିଲ ଗ୍ରାମର ପ୍ରମୋଦ ଚନ୍ଦ୍ର ରାଉତ , ମାନ୍ଦାରି ଡାଙ୍ଗି , ଦେବାଶିଷ ରାଉତ ଏସୟୁସିଆଇ ଦଳ ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି । ୩୭ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଜେମା ଚାଖି ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ।

Exit mobile version