Site icon Awaj Media

ଦୁଲାବାହାଳି ମୁଖ୍ୟ ରାସ୍ତାରେ ବାଇକ ଦୁର୍ଘଟଣା : ଗୁରୁତର ଛାତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଦୁଲାବାହାଳି ମୁଖ୍ୟ ରାସ୍ତାରେ ଏକ ବାଇକ ଦୁର୍ଘଟଣା ରେ ଜଣେ ଛାତ୍ରୀ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ ହୋଇଛନ୍ତି । ସୂଚନା ମୁତାବକ ଦୁଲାବାହାଳି ଗ୍ରାମର ଲମ୍ବୋଧର ମହାନ୍ତଙ୍କ ଝିଅ ସୁନୀତା ମହାନ୍ତ ଭୂବନ ବାଳିକା ମହାବିଦ୍ୟାଳୟରେ ଯୁକ୍ତ ତିନି ଦ୍ବିତୀୟ ବର୍ଷ ଛାତ୍ରୀ ଭାବେ ଅଧ୍ୟୟନ କରୁଛନ୍ତି । ପରୀକ୍ଷା ଦେବା ନିମନ୍ତେ ସୋମବାର ସକାଳୁ ଭୁବନ ବାଳିକା ମହାବିଦ୍ୟାଳୟ ଯାଉଥିବା ବେଳେ ଦୁଲାବାହାଳି ମୁଖ୍ୟ ରାସ୍ତାରେ ବାଇକ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ବାଇକ ଦୁର୍ଘଟଣାରେ ଗଭିର ଆଘାତ ଲାଗି ଗୁରୁତର ହୋଇ ଯାଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ , ଅଧିକ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Exit mobile version