Site icon Awaj Media

ବିଭିନ୍ନ ସ୍ଥାନରେ ଲାଗିଥିବା ହୋଡିଂ, ବ୍ୟାନରକୁ ହଟାଇଲା ପ୍ରଶାସନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଆଦର୍ଶ ଆଚରଣ ବିଧି ଲାଗିବା ପରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ ! ବିଭିନ୍ନ ସ୍ଥାନରେ ଲାଗିଥିବା ହୋଡିଂ, ବ୍ୟାନରକୁ ହଟାଇଲା ପ୍ରଶାସନ ! ଆଗାମୀ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ଏନେଇ ବିଭିନ୍ନ ସ୍ଥାନରେ ଲାଗିଥିବା ନେତାଙ୍କର ଶୁଭେଚ୍ଛା ହୋର୍ଡିଂ ଓ ବ୍ୟାନରକୁ ପ୍ରଶାସନ ପକ୍ଷରୁ ହଟା ଯାଉଥିବା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପ୍ରଶାସନ ପକ୍ଷରୁ ଜାରକା ବଜାରର ବିଭିନ୍ନ ସ୍ଥାନ ସମେତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଲାଗିଥିବା ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ହୋର୍ଡିଂ, ଫ୍ଲେକ୍ସ ଓ ବ୍ୟାନରକୁ ହଟାଯାଇଛି । ଧର୍ମଶାଳା ବିଡ଼ିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ଲକର କର୍ମଚାରୀ ମାନେ ଏହି ହୋର୍ଡିଂ ଗୁଡିକୁ ବାହାର କରିଥିଲେ !

Exit mobile version