Site icon Awaj Media

କାଳବୈଶାଖୀ ପ୍ରଭାବ : ଭୁଷୁଡ଼ିଲା ଘରର କାନ୍ଥ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଗତକାଲି ବିଳମ୍ବିତ ରାତି ରେ କଟକ ଜିଲ୍ଲା ର ବାଙ୍କୀ ଅଂଚଳ ରେ ଦେଖିବାକୁ ମିଳିଥିଲା କାଳବୈଶାଖୀ ପ୍ରଭାବ ! ଘଡଘଡି ସହିତ ପବନ ସାଙ୍ଗକୁ ଲଗାଣ ବର୍ଷା ଲାଗି ରହିଥିଲା !ଅପରାହ୍ନ ସମୟ ରେ କଳାପଥର କିଆପଲ୍ଲା ସାହିରେ ମହାବୀର ପ୍ରସାଦ ଙ୍କ ରହିବା ଘରର କାନ୍ଥ ଭୁଶୁଡି ପଡ଼ିଥିବା ବେଳେ ଅଳ୍ପକେ ବର୍ତ୍ତିଲା ୫ ପ୍ରାଣୀ କୁଟୁମ୍ବ ଙ୍କ ଜୀବନ. ସେପଟେ ଏବେବି ଘରର ଆଟୁ ରୁ ଖସୁଛି ଅତଡ଼ା ଅତଡା ମାଟି. ଘରେ ମୁଣ୍ଡ ଗୁଂଜି ରହିବା ବିପଦପୂର୍ଣ୍ଣ ବୋଲି କୁହନ୍ତି ମହାବୀର ଙ୍କ ପରିବାର. ଏଭଳି ପରିସ୍ଥିତି ରେ ପ୍ରଶାସନିକ ସ୍ତରରେ ଏମାନଙ୍କ ସୁରକ୍ଷା ଓ ମୁଣ୍ଡ ଗୁଞ୍ଜିବା ପାଇଁ ପାଲ ସାଙ୍ଗକୁ ଥଇଥାନ ପାଇଁ ପକ୍କା ଘର ଯୋଗାଇ ଦେବା ପାଇଁ ସାଧାରଣ ରେ ହୋଇଛି ଦାବି. ଅଦ୍ୟାବଧି ନାଁ ବୈଦେଶ୍ଵର ରାଜସ୍ବ ନିରୀକ୍ଷକ ତାଙ୍କ ଘରେ ପହଂଚିଛନ୍ତି , ନାଁ ବାଙ୍କୀ ତହସିଲ ବିଭାଗ ର କୌଣସି କର୍ମଚାରୀ. ଏଠି ଯେଉଁ ମାନଙ୍କ ର ଦାୟିତ୍ୱ ରହିଛି ଏଭଳି ପ୍ରାକୃତିକ ବିପଯ୍ୟୟ ଆସିଲେ ନିଜେ ନିଜର କ୍ଷେତ୍ର ପରିଦର୍ଶନ କରିବା ସହିତ ପ୍ରତିଟି ଦିଗକୁ ନେଇ ସତର୍କ ରହିବା ! ଆଉ ଏ ସବୁ ଦିଗରେ କଡା ନଜର ରଖିବା . କିନ୍ତୁ ଏଠି ଘଟଣା କୁ ବିତି ସାରିଲାଣି ୧୨ ଘଣ୍ଟା ରୁ ଉର୍ଦ୍ଧ ସମୟ ହେଲେ ଅଦ୍ୟାବଧି ପହଂଚି ପାରିଲା ନାହିଁ ପ୍ରଶାସନ !

 

Exit mobile version