ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଦୋଳ ପୂର୍ଣ୍ଣିମା ଯାତ୍ରା କମିଟି ତରଫରୁ ଆରମ୍ଭ ହୋଇଛି ପୂଜାର୍ଚ୍ଚନା ! ସାଂସ୍କୃତିକ କାର୍ଯ୍ୟକ୍ରମ ବିଳମ୍ବିତ ରାତ୍ରୀ ଯାଏଁ ଉତ୍ସବ ଚାଲୁ ରହିଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଦେବୀ ମଠର ସାଧୁ ମହନ୍ତ ରାମାନନ୍ଦ ଦାସ ମହାରାଜ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ବିନୋଦ ଚନ୍ଦ୍ର ଜେନା, ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା, ଅରକ୍ଷିତ ଜେନା, ସୁଭ୍ର।ଶୁ ଶେଖର ପଟ୍ଟନାୟକ,ଦୋଳତ୍ସବ କମିଟିର ସମସ୍ତ ଆୟୋଜକ ଯୋଗଦାନ କରିଥିଲେ । ବିକାଶ ବିଦ୍ୟା ନିକେତନ ବିଦ୍ୟାଳୟ, ପାରଳାଖେମୁଣ୍ଡି,ନବଜୀବନ ଟ୍ରଷ୍ଟ, ଡ୍ରିମସ୍ ଡ୍ୟାନ୍ସ ଗ୍ରୁପ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ନୃତ୍ୟ,ସଙ୍ଗୀତ ପରିବେଷଣ କରିଥିଲେ ।
ଦୋଳ ବନ୍ଧ ଓ ଦୋଳଉତ୍ସବ କମିଟି ଆନୁକୁଲ୍ୟରେ ଦୋଳଯାତ୍ରା ଅନୁଷ୍ଠିତ !!!

