Site icon Awaj Media

କଂଗ୍ରେସ ଜିଲ୍ଲା ସଭାପତି ଉନ୍ମୋଚନ କଲେ କଂଗ୍ରେସର ଗ୍ୟାରେଣ୍ଟି ଇସ୍ତାହାର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ତଥା ବିଧାୟକ ଦାସରଥି ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଗକୁ ହେବାକୁ ଥିବା ୨୦୨୪,ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ କଂଗ୍ରେସ ପ୍ରତ୍ୟେକ ଜିଲ୍ଲାରେ ଇସ୍ତାହାର ଉନ୍ମୋଚନ କରାଯାଇ ଥିଲା।ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ମଞ୍ଚାସିନ ପୂର୍ବତନ ଜିଲ୍ଲା ସଭାପତି ବିଭୁତି ଭୁଷଣ ପାତ୍ର, ସମ୍ପାଦକ ଅଭିମନ୍ୟୁ ପଣ୍ଡା, ଇଶ୍ଵର ମାଝୀ, ସୂର୍ଯ୍ୟ ନାରାୟଣ ପାତ୍ର, ଏବଂ ବସନ୍ତ କୁମାର ପଣ୍ଡାଙ୍କ ମଞ୍ଚସ୍ଥରେ କଂଗ୍ରେସ ଗେରେଣ୍ଟି ଇସ୍ତାହାର ଉନ୍ମୋଚନ କରାଯାଇଥିଲା। ଏଥିରେ ପ୍ରକାଶିତ ହୋଇଥିବା ବିଷୟ ବସ୍ତୁ କୁ ଦେଖିବାକୁ ମିଳିଛି ୧.ବୋନସ ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା କୃଷିଋଣ ଛାଡ଼,କୃଷକ ପାଇଁ ମାସିକ ପେନ୍‌ସନ୍‌ ୨୦୦୦ ଟଙ୍କା ୨. ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨୦୦ ୟୁନିଟ୍ ବିଦ୍ୟୁତ୍ ଦେୟ ଛାଡ଼,୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ବେକାରୀ ଭତ୍ତା ମାସିକ ୩୦୦୦ ଟଙ୍କା ।୪.ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼,୫.ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ମାସିକ ଭତ୍ତା ୨୦୦୦ ଟଙ୍କା ୬. ପ୍ରତି ପରିବାରକୁ ମାସକୁ ୫୦୦ ଟଙ୍କାରେ ଗୋଟିଏ ସିଲିଣ୍ଡର,୭. ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସା ଳୟରେ ମାଗଣା ଚିକିତ୍ସା ,୮.ବାଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକ ୨୦୦୦ ଟଙ୍କା ,୯. ରାଜ୍ୟରେ ଜାତିଭିଭିକ-ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁନା ମହାରଣା, ମହିଳା କଂଗ୍ରେସ ସଭାନେତ୍ରୀ ସେକ ଜସ୍ମିନ ରଫି, ରଞ୍ଜିତା ପାଣିଗ୍ରାହୀ, ବଂସଧାରା ସାମନ୍ତ ସିଂହାର,ରୂଷମା ଗମାଙ୍ଗ,ରମ୍ଭା ନାୟକ, ଗୁମ୍ମା ବ୍ଲକର ଲଳିତ ମୋହନ ଦଣ୍ଡସେନା,ଆର ଉଦୟଗିରି ବ୍ଲକର ଜାଖବ ମାଝୀ କାଶୀନଗର ବ୍ଲକର ସବରା ନାଇଡୁ ରାୟଗଡ଼ା ବ୍ଲକର ମର୍ଶୁଧା ମଣ୍ଡଳ ପାରଳାଖେମୁଣ୍ଡି ରାଜା ପାତ୍ର, ସନ୍ତୋଷ ପଣ୍ଡା, ପୁରୁଷୋତ୍ତମ ପାଣିଗ୍ରାହୀ ପ୍ରମୁଖ ବହୁ ନେତା କର୍ମୀମାନେ ଉପସ୍ଥିତ ଥିଲେ।

Exit mobile version