ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗି ବ୍ଲକ ରାମେଶ୍ବର ପଞ୍ଚାୟତରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗାଁ କୁ ଚାଲ ଅଭିଯାନ ମାଧ୍ୟମରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ଖୋର୍ଦ୍ଧା ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ଡେଇତରାୟ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବିଧାନସଭା ସଂଯୋଜକ କିଶୋର ଚନ୍ଦ୍ର ବରାଳ, ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ , ନଗର ସାଧାରଣ ସମ୍ପାଦକ ତ୍ରିଲୋଚନ ଦାସ, ଜୀତେନ୍ଦ୍ର ବେହେରା, ଗଙ୍ଗାଧର ଚମ୍ପତ୍ତି, ଶୁଚିଶ୍ମିତା ମିଶ୍ର ବଡଜେନା, ରଜତ ଶର୍ମା, ଅନିଲ ପଟନାୟକ ପ୍ରମୁଖ ବହୁ ଆଗଧାଡ଼ି ର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବା ସହ ପ୍ରଧାନମନ୍ତ୍ରୀ ଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ ।
ରାମେଶ୍ବର ପଞ୍ଚାୟତରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗାଁ କୁ ଚାଲ ଅଭିଯାନ !!!

