Site icon Awaj Media

କାଳିଆପଣି ଥାନା ଅନ୍ତର୍ଗତ ଖଣି ଅଞ୍ଚଳରେ ପୁଲିସ ଓ ସିଆରପିଏଫ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କାଳିଆପାଣି ଥାନା ଅନ୍ତର୍ଗତ ଖଣି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ରେ ରଖିବା ପାଇଁ କାଳିଆପାଣି ଅନ୍ତର୍ଗତ ଖଣି ଅଞ୍ଚଳ ସ୍ଥିତ ରାହାଶୋଳ, କାଳିଆପାଣି ଓ କାଙ୍କଡ଼ପାଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଏହି ଫ୍ଲାଗ ମାର୍ଚ୍ଚ ରାହାଶୋଳ, କାଳିଆପାଣି ଓ କାଙ୍କଡ଼ପାଳ ସ୍ଥିତ ବିଭିନ୍ନ ଗ୍ରାମରେ ହୋଇଥିବା ଜଣାପଡିଛି । ଏହି ଫ୍ଲାଗମାର୍ଚ୍ଚରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସିଲଭରୀୟସ ଟୋପ ,କାଳିଆପାଣି ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ନେତୃତ୍ଵରେ ଥାନା ଅଧିକାରୀ ମାନେ ସାମିଲ ହୋଇଥିବା ବେଳେ ସିଆରପିଏଫର ସଶସ୍ତ୍ର ଜବାନ ମାନେ ଫ୍ଲାଗମାର୍ଚ୍ଚ କରିଥିଲେ । ଚଳିତ ସାଧାରଣ ନିର୍ବାଚନ କୁ ମୁକ୍ତ, ଅବାଧ ଓ ଶାନ୍ତି ଶୃଙ୍ଖଳାରେ ନିରପେକ୍ଷ ଭାବରେ ପରିଚାଳନା କରିବା କ୍ଷେତ୍ରରେ ପୁଲିସ ଓ ସୁରକ୍ଷା ବାହିନୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

Exit mobile version